ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ବିଜେପି କର୍ମୀଙ୍କର ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଓଡ଼ିଶା ସୁରକ୍ଷା ସେନା

ଭୁବନେଶ୍ୱର ୧୦-୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନରେ ବିଜେପି କର୍ମୀଙ୍କ ଦ୍ୱାରା କରାଯାଇଥିବା ଭଙ୍ଗାଭଙ୍ଗି ଓ ପଥର ମାଡ଼କୁ ଓଡ଼ିଶା ସୁରକ୍ଷା ସେନାର ରାଜ୍ୟ ସଙାପତି ଅଭିଶେକ ଯୋଶୀ ଦୃଢ଼ଭାବେ ନିନ୍ଦା କରିଛନ୍ତି। ଜଣେ କର୍ତ୍ତବ୍ୟ ପରାୟଣ ସରକାରୀ କର୍ମଚାରୀଙ୍କ ଘରେ ପଶି ଆକ୍ରମଣ କରିବା ଓ ତା’ଙ୍କ ପରିବାର ବର୍ଗଙ୍କ ଘରେ ପଶି ଭୟ ସୃଷ୍ଟି କରେଇବା ବିଜେପିର ନିମ୍ନମାନସିକତାକୁ ପ୍ରତିପାଦିତ କରୁଛି।ବିଜେପି କ୍ଷମତାକୁ ଆସିବା ପାଇଁ ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି ଶ୍ରୀ ଯୋଶୀ ମତବ୍ୟକ୍ତ କରିଛନ୍ତି।
ଯେଉଁ ବିଜେପି କର୍ମୀମାନେ ଏଭଳି କାଣ୍ଡକରିଛନ୍ତି ତା’ଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ କରିବା ପାଇଁ ତାଙ୍କ ବିରୁଦ୍ଧରେ ଦ଼ଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଓଡ଼ିଶା ସେନା ପକ୍ଷରୁ ଓଡ଼ିଶା ପୋଲିସ୍ ପାଖରେ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *