ଜିଲ୍ଲା ପରିକ୍ରମା

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ଚପଲ ଫିଙ୍ଗା ଘଟଣାକୁ ଭଦ୍ରକ ବିଜେଡ଼ିର ଦୃଢ ନିନ୍ଦା

ଭଦ୍ରକ, ୨୧ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗତକାଲି ବରପାଲି ÿ କୁମ୍ବାରୀ ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାକୁ ଚପଲ ଫିଙ୍ଗିବା ଓ ଭୋଗରାଇ ତାଳସାରୀ ମହୋସ୍ôବରେ ମୁଖ୍ୟମନ୍ତ୍ରୀଙ୍କୁ ସଭାମଞ୍ଚରେ ଅଣ୍ଡା ମାଡ଼ ଘଟଣା ନେଇ ଆଜି ଭଦ୍ରକ ବିଜେଡ଼ି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ବିଜେଡ଼ିର ଭଦ୍ରକ ଜିଲ୍ଲା ଉପଭାପତି ଅସୀତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକଙ୍କ ବାସଭବନରେ ଏକ ଦଳୀୟ ସଭା ସମସ୍ତ ଭଦ୍ରକ ବିଜେଡ଼ି କର୍ମର୍କତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମସ୍ତଙ୍କ ମତାମତ ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଇର୍ଷାନ୍ୱିତ ହୋଇ ହାରିବା ଭୟରେ କିଛି ବାଟ ନପାଇ ଅଭଦ୍ରଚିତ ବ୍ୟବହାର ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି । ଯାହା ସମ୍ପୁର୍ଣ୍ଣ ରୂପେ ଆମ ସମାଜରେ ଗ୍ରହଣଯୋଗ୍ୟ ନୁହେଁ । ବାସ୍ତବରେ ତାଳସାରୀରେ ଓ କୁମ୍ଭାରୀରେ ଏଭଳି ବ୍ୟବହାର କରିଥିବା ଲୋକ ବିଜେପି ପ୍ରାୟୋଜିତ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହେବା ସହ ଏହି ଦଳକୁ ନିନ୍ଦା କରାଯାଉଥିବା ପରିଲକ୍ଷିତ ହେଉଛି ବୋଲି ଉପସ୍ଥିତ ନେତୃ ମଣ୍ଡଳୀଙ୍କ ଠାରୁ ପ୍ରକାଶ ପାଇଛି  । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନେଇ ଅସହିଷ୍ଣୁ ହୋଇପଡ଼ି ବିଜେପି କରିଥିବା ଏଭଳି ବର୍ବରୋଚିତ କାର୍ଯ୍ୟକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ଜଣାଇ କ୍ଷମା ଦେଇସାରିଛନ୍ତି । ଯାହା ନେଇ ସାଧାରଣରେ ଏଭଳି ନେତାଙ୍କ ମହାନତା ଉପରେ ମଧ୍ୟ ଆଲୋଚନା ହେଉଛି ।   ଯେଉଁଥିପାଇଁ ଏହି ନିର୍ବାଚନରେ ସାଧାରଣ ଭୋଟର ଆହୁରୀ ବିଜେଡ଼ିର ସମର୍ଥନରେ ସାଥି ହେଉଛନ୍ତି । ତେବେ ଏଭଳି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନରୁ ଜଦି ବିଜେପି କ୍ଷାନ୍ତ ନହୁଏ ତାହାଲେ ବିଜେଡ଼ି କର୍ମୀମାନେ ବାଧ୍ୟହୋଇ ଜବାବ ଦେବେ ବୋଲି ଆଜି ଏହି ସଭାରେ ଭଦ୍ରକର କର୍ମୀମାନଙ୍କ ଠାରୁ ପ୍ରକାଶ ପାଇଛି । ସାଧାରଣ ସମାଜ ଉପଯୋଗୀ ବ୍ୟକ୍ତିିବିଶେଷଙ୍କ ଠାରୁ ଏହି ଘଟଣାନେଇ ଶତ ପ୍ରତିଶତ ତୃଟିପୁର୍ଣ୍ଣ ବୋଲି ମଧ୍ୟ ଆଲୋଚନା ହେଉଥିବା ନେଇ ଏହି ସଭାରେ ମତ ପ୍ରକାଶ ପାଇଛି । ସଭାରେ ନଗରପାଳ ମାନସ କୁମାର ମହାନ୍ତି, ପଞ୍ଚାୟତ ସମିତିର ଅଧ୍ୟକ୍ଷ ରଘୁନାଥ ଧଳ,ଉପାଧ୍ୟକ୍ଷା କୌସରା ବେଗମ, ଟାଉନ ସଭାପତି ଶରତ ସ୍ୱାଇଁ, ଯୁବ ବିଜେଡ଼ିର ସଭାପତି ପ୍ରବୀର ଜେନା, ପଙ୍କଜ ବଳ, ସେକ ଜୁଲଫିକର ଅଲ୍ଲୀ, ସେକ ସହିଦ, ଅୟୁବ ଖାଁ ଓ କାଉନସିଲର ତଥା ବହୁ ବିଜେଡ଼ି ନେତା କର୍ମୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top