ad
ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ ଗସ୍ତ: ବନହରପାଲୀଠାରେ ୬୬୦x୨ ମେଗାୱାଟର ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

ଝାରସୁଗୁଡ଼ା ୧-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରି ବନହରପାଲୀଠାରେ ଓପିଜିସିର ୬୬୦x୨ ମେଗାୱାଟ ବିଶିଷ୍ଟ ବିଦ୍ୟୁତ ସଂପ୍ରସାରଣ ପ୍ରକଳ୍ପ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହାଦ୍ବାରା ଏହାଦ୍ଵାରା ଶକ୍ତି କ୍ଷେତ୍ରରେ ରାଜ୍ୟ ସ୍ବାବଲମ୍ବୀ ହୋଇପାରିଛି ଏବଂ ଆଗାମୀ ୨୫ ବର୍ଷ ପାଇଁ ସାରା ରାଜ୍ୟରେ ଜନସାଧାରଣଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡିଶାର ଜନସାଧାରଣଙ୍କୁ ଉନ୍ନତମାନର ବିଦ୍ୟୁତ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଜାରି ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ଗାଁକୁ ବିଦ୍ୟୁତ ଯୋଗାଇ ଦିଆଯାଇଥିବାବେଳେ, ୧ କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଏହି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପାଇଁ Odisha Coal & Power Limited ଜରିଆରେ ମନୋହରପୁର କୋଲ ବ୍ଲକରୁ ବର୍ଷକୁ ୮ ମିଲିଅନ ଟନ୍ କୋଇଲା ଯୋଗାଇ ଦିଆଯାଉଛି। ପ୍ରଦ୍ୟୁଷଣ ରୋକିବା ପାଇଁ ଏଥିରେ ଅତ୍ୟାଧୁନିକ ଟେକ୍‌ନୋଲୋଜି ବ୍ୟବହାର କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ପାଇଁ ବିସ୍ତାପିତ ପରିବାରମାନଙ୍କୁ ଏକ ନୂତନ କଲୋନୀରେ ଅବସ୍ଥାପିତ କରାଯାଇ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଭିତ୍ତିଭୂମି ସହିତ ପିଲାମାନଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ବ ଆରୋପ କରାଯାଉଛି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଝାରସୁଗୁଡା, ବିଶେଷକରି ବନହରପାଲୀର ଜନସାଧାରଣ, ଶକ୍ତି ବିଭାଗ ଓ ଓପିଜିସିର କର୍ତ୍ତୁପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇ ସେଠାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସୁନ୍ଦରଗଡ ଜିଲ୍ଲା ପାଇଁ ୩୩୬.୬୧ କୋଟି ଟଙ୍କାର ୨୩ଟି ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ୩୦୯.୭୮ କୋଟି ଟଙ୍କାର ୧୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ।

ଏହିସବୁ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଚାଷୀ, ମହିଳା ଓ ଯୁବସମାଜର ଉନ୍ନତି ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। କାଳିଆ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ୩୦ ଲକ୍ଷ ଚାଷୀ ସାମିଲ ହେବା ସହିତ ଆଉ ୧୦ ଲକ୍ଷ ଚାଷୀଙ୍କୁ ମଧ୍ୟ ସାମିଲ କରାଯିବ। କାଳିଆ ଯୋଜନା ବନ୍ଦ ହୋଇଯିବ ବା ଏହି ଯୋଜନା ଟଙ୍କା ଫେରାଇବାକୁ ହେବ ବୋଲି ଯେଉଁ ଅପପ୍ରଚାର ଚାଲିଛି, ତାହା ସଂପୂର୍ଣ୍ଣ ମିଛ ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ। ଏହା ଚାଷୀମାନଙ୍କର ହକ୍ ଚାଷୀମାନଙ୍କ ଟଙ୍କା। ଏହାକୁ ସେମାନେ ଚାଷ କାମରେ ଲଗାଇବେ।

ସେହିପରି ମିଶନ ଶକ୍ତିର ମା’ ମାନେ ବହୁତ ଭଲ କାମ କରୁଛନ୍ତି ଏବଂ ତାକୁ ଆଖି ଆଗରେ ରଖି ସେମାନଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। ସଂସଦ ଓ ବିଧାନ ସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top