ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟଲେରାନ୍ସ’ କେବେ ହେବ କାର୍ଯ୍ୟକାରୀ ?: ସଂଗୀତା ସିଂହଦେଓ

ବିଜେପି ମହିଳା ସୁରକ୍ଷା ଯାତ୍ରା: ମହିଳାମାନଙ୍କୁ ସୁରକ୍ଷା ଦେବା ପ୍ରସଙ୍ଗରେ
– ମୁଖ୍ୟମନ୍ତ୍ରୀ ଆଉ କେତେ ବର୍ଷ ଶାସନ କଲେ ମହିଳାମାନଙ୍କୁ ସୁରକ୍ଷା ଦେଇପାରିବେ
– ନବୀନ ସରକାର ଦୁଷ୍କର୍ମରେ ଶିକାର ହୋଇଥିବା ନାରୀଙ୍କୁ ନ୍ୟାୟଦେବାରେ ବିଫଳ ହୋଇଛନ୍ତି
– ନାରୀମାନଙ୍କୁ ପ୍ରତି ବଢୁଥିବା ହିଂସା ଏବଂ ଦୁଷ୍କର୍ମ ଘଟଣା ପାଇଁ ରାଜ୍ୟ ସରକାର ହିଁ ଦାୟୀ

ଭୁବନେଶ୍ୱର, ତା ୨୨/୦୫ (ଓଡ଼ିଆ ପୁଅ): ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଗତ ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ‘ମହିଳା ସୁରକ୍ଷା ଯାତ୍ରା’ ଆରମ୍ଭ ହୋଇଛି। ବଲାଙ୍ଗିର, କଳାହାଣ୍ଡି ଏବଂ ନବରଂଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଦାୟୀତ୍ୱରେ ଥିବା ପୂର୍ବତନ ସାଂସଦ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ବାହାରିଥିବା “ମହିଳା ସୁରକ୍ଷା ଯାତ୍ରା” ଆଜି ନବରଂଗପୁର ଜିଲ୍ଲା ପହଂଚିଛି।

ଚତୁର୍ଥ ଦିନରେ ପୂର୍ବତନ ସାଂସଦ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ସକାଳୁ ମାଲଗାଁରେ ଆରମ୍ଭ ହୋଇ ନବରଂଗପୁର ଜିଲ୍ଲା କୁସୁମୀ, ଭେଡା, ରାଇଘର ଏବଂ ଉମରକୋଟଠାରେ ସାଧାରଣ ସଭାରେ ଯୋଗଦେଇ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ଅପାରଗତା ସଂପର୍କରେ ମହିଳାମାନଙ୍କୁ ସଚେତନ କରିଥିଲେ। ନାରୀମାନଙ୍କୁ ପ୍ରତି ବଢୁଥିବା ହିଂସା ଏବଂ ଦୁଷ୍କର୍ମ ଘଟଣା ପାଇଁ ରାଜ୍ୟ ସରକାର ହିଁ ଦାୟୀ। ଯଦି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଦେଇପାରୁ ନାହାଁନ୍ତି ତେବେ ଗାଦି ଛାଡନ୍ତୁ ବୋଲି ଶ୍ରୀମତି ସିଂହଦେଓ କହିଛନ୍ତି।

ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିଛନ୍ତି। ରାଜ୍ୟରେ ନାରୀମାନେ ସୁରକ୍ଷିତ ନାହାଁନ୍ତି। ନବୀନ ସରକାର ଦୁଷ୍କର୍ମରେ ଶିକାର ହୋଇଥିବା ନାରୀଙ୍କୁ ନ୍ୟାୟଦେବାରେ ବିଫଳ ହୋଇଛନ୍ତି। ନାରୀମାନଙ୍କୁ ସମ୍ମାନ ଦେବା ଏବଂ ସୁରକ୍ଷା ଯୋଗାଇବା ପାଇଁ ବିଜେପି ଦୃଢ ପରିକର ଥିବା ସତ୍ୱେ ରାଜ୍ୟସରକାର ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶାସକ ବିଜେଡିର ଛାମୁଆ ନେତାମାନେ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି ବୋଲି ଶ୍ରୀମତି ସିଂହଦେଓ କହିଛନ୍ତି।

ରାଜ୍ୟରେ ଆଉ କେତେଦିନ ମହିଳାଙ୍କ ଉପରେ ଅତ୍ୟାଚାର ଚାଲିବ ? ମୁଖ୍ୟମନ୍ତ୍ରୀ ଆଉ କେତେ ବର୍ଷ ଶାସନ କଲେ ମହିଳାମାନଙ୍କୁ ସୁରକ୍ଷା ଦେଇପାରିବେ ? ମହିଳାଙ୍କ ଅପରାଧରେ ଜଡିତ ଥିବା ଦୋଷୀ ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ କେବେ ଲାଗୁ ହେବ ବୋଲି ଶ୍ରୀମତି ସିଂହଦେଓ ପ୍ରଶ୍ନ ଉଠାଇଛନ୍ତି।

ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top