ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟ ମାଡ଼ ଉଦ୍ୟମ ବିଫଳ

ପୁରୀ ୦୬/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗ୍ରସ୍ତକୁ ବିରୋଧ କରିଛି ଜଗନ୍ନାଥ ସେନା ଓ ଯୁବ କଗ୍ରେଂସ ମୁଖ୍ୟନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରିବା ଉଦ୍ୟମ କରୁଥିବା ବେଳେ ପୋଲିସ ଜଗନ୍ନାଥ ସେନାର ଆବାହାକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଗିରଫ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ ସିଂହଦ୍ୱାର ସମୁଖରେ ଶ୍ରୀ ପଟ୍ଟନାୟକଙ୍କୁ ପୋଲିସ ଗିରଫ କରିନେଇଥିଲେ। ସେହି ଭଳି ଚକ୍ରତୀର୍ଥ ରୋଡ଼ର ପ୍ରମୋଦ ହୋଟେଲ ନିକଟରେ ଯୁବକଗେଂସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ୪୬ଜଣ ଯୁବ କଂଗ୍ରେସ କର୍ମୀକୁ ଗିରଫ କରିଥିଲା। ତେବେ ସୁରକ୍ଷା ବଳୟକୁ ଭେଦ୍ କରି ଯୁବକଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ନିକଟକୁ ଆସି ଟମାଟୋ ମାଡ଼ କରିବକୁ ଉଦ୍ୟମ କରିଥିଲେ। ଏନେଇ ପୋଲିସ ଯୁବକଂଗ୍ରେସ କର୍ମୀଙ୍କୁ ରାସ୍ତାରୁ ଉଠାଇ ନେଇଥିଲା।

ତେବେ ଏହି ଘଟଣାକୁ ନେଇ, ବିଜେପି ହିଂସାରେ ବିଶ୍ୱାସ କରେନି ବୋଲି କହିଛି ବିଜେପି ଏବଂ ନିରଞ୍ଜନ ପଟ୍ଟନାୟକ କହିଛନ୍ତିଯେ, କଂଗ୍ରେସକୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top