ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସର ବିରୋଧ, ୨୬ ତାରିଖରେ ଦୁଇହଜାର ପିଲା ମୁହଁରେ କଳାପଟି ପିନ୍ଧି ଚିତ୍ରକୋଣ୍ଡା ବନ୍ଦ ଡାକରା ଦେବେ

ମାଲକାନଗିରି, ୨୪ା୭ (ଓଡିଆ ପୁଅ ) ଜିଲ୍ଲା କଂଗ୍ରେସ ଦଳର ୫ଦଫା ଦାବି ପୂରଣ କରିବା ଓ ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ଦୁଇ ହଜାରରୁ ଉର୍ଦ୍ଧ୍ୱ ଗରିବ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବିଭିନ୍ନ ବିଦ୍ୟାଳୟରେ ଦାଖଲ କରାନଗଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜିଲ୍ଲା କଂଗ୍ରେସ ଦଳ ବିରୋଧ କରିବ। ବିଭିନ୍ନ ବିଦ୍ୟାଳୟ ଗୁଡିକରୁ ବିତାଡିତ ହୋଇ ଶିକ୍ଷାଦନରୁ ବଞ୍ଚିତ ରହିଥିବା ଦୁଇହଜାର ଛାତ୍ରଛାତ୍ରୀ ମୁହଁରେ କଳାପଟି ପିନ୍ଧି ଆସନ୍ତା ୨୬ ତାରିଖରେ ରାଜରାସ୍ତାରେ ବସି ଚିତ୍ରକୋଣ୍ଡା ବନ୍ଦ କରିବେ ବୋଲି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି। ବିଭିନ୍ନ ବିଦ୍ୟାଳୟରୁ ଜିଲ୍ଲାର ବିଭିନ୍ନ ଗ୍ରାମର ଦୁଇହଜାରରୁ ଉର୍ଦ୍ଧ୍ୱ ଗରିବ ଛାତ୍ରଛାତ୍ରୀ ଅଧାରୁ ପାଠଛାଡି ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। କେବଳ ହରିଜନ, ଆଦିବାସୀ ଛାତ୍ରଛାତ୍ରୀ ନୁହଁନ୍ତି, ସାଧରଣ ବର୍ଗର ଗରିବ ପିଲାମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ପାଠ ପଢିପାରୁ ନାହଁନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରବାସରେ ସ୍ଥାନ ଦେଇ ମାଗଣାରେ ଶିକ୍ଷାଦନ ବ୍ୟବସ୍ଥା କରାଯାଉ, ଚାକିରି ଯୋଗଇବା ନାମରେ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରୁ ଲକ୍ଷ୍ମିମାଟାମ ନାମକ ଜଣେ ଆଦିବାସୀ ଯୁବତୀକୁ ସିଲାଇ ତାଲିମ ପରେ ଚାକିରି ଦେବା ନାମରେ ବେଙ୍ଗାଲୁର ନେଇ ତାପରେ ଚକ୍ରାନ୍ତ କରି ବାଙ୍ଗଲାଦେଶରେ ବିକ୍ରୀ କରିଦିଆଯାଇଛି, ତାକୁ ତୁରନ୍ତ ରାଜ୍ୟସରକାର, ଜିଲ୍ଲାପ୍ରଶାନ ଉଦ୍ଧାର କରି ଆଣି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରନ୍ତୁ, ଠିକ ସେହିପରି ପାଠ ପଡିବା ନାମରେ ରାମଚନ୍ଦ୍ରମାନ୍ଦ୍ରା ନାମକ ଜଣେ ବଣ୍ଡାବାଳକ ଭୁବନେଶ୍ୱର ର ଏକ ଶିକ୍ଷାସଂସ୍ଥାରେ ନାମଲେଖାଇଥିଲେ ସେ ସେଠାରୁ ନିଖୋଜ ହୋଇଥିଲେ ମଧ୍ୟ ତାଙ୍କର କିଛି ପତାମିଳୁନାହିଁ, ତାଙ୍କୁ ଖୋଜା ଯାଇ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଉ, ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ଜଙ୍ଗଲଜମିପଟା ଦେବା, ସହର ଓ ବସ୍ତିଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ଘରଡିହ ପଟା ଦେବା ଇତ୍ୟାଦି ଦାବିନେଇ କଂଗ୍ରେସ ଦଳ ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ରାଜ୍ୟସରକାର କି ଜିଲ୍ଲାପ୍ରଶାସନ ଦାବିଗୁଡିକ ପ୍ରତି ଗୁରୁତ୍ୱ ଦେଉ ନଥିବାରୁ କଂଗ୍ରେସଦଳ ପକ୍ଷରୁ ଗତ ୧୦ତାରିଖ ଠାରୁ ୧୨ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଆନ୍ଦୋଳନ କରାଯାଇ ପାଠପଢାରୁ ବଞ୍ଚିତ ହୋଇଥିବା ପିଲାଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟେଟଂ ମାରି ଅସ୍ଥାୟୀ ବିଦୟାଳୟ ଖୋଲା ଯାଇ ସେଥିରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ପୂର୍ବତନସାଂସଦ ପ୍ରଦୀପ ମାଝୀ ଓ ଅବସରପ୍ରାପ୍ତ ଶିକ୍ଷକ ମାନେ ଶିକ୍ଷାଦାନ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଗଲାପରେ ମଧ୍ୟ ରାଜ୍ୟସରକାର କି ଜିଲ୍ଲାପ୍ରଶାସନ କୌଣସି ଗୋଟିଏ ବି ଦାବିପୂରଣ କରି ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଙ୍କ ମାଲକାନଗିରି ଗସ୍ତକୁ ବିରୋଧ କରି ଜିଲ୍ଲାକଂଗ୍ରେସ ଦଳ ଆସନ୍ତା ୨୬ତାରିଖରେ ଚିତ୍ରକୋଣ୍ଡା ବନ୍ଦଡାକରା ଦେଇଛନ୍ତି। ଆଜି ମାଲକାନଗିରି ଜିଲ୍ଲାକଂଗ୍ରେସ ଭବନ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାସଭାପତି ଗୋବିନ୍ଦପାତ୍ର ଏହା ସୂଚନାଦେଇ କହିଛନ୍ତି। କଂଗ୍ରେସଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଗୁରୁପ୍ରୀୟା ସେତୁର ପ୍ରଥମେ ଭିତିପ୍ରସ୍ଥର କରିଥିଲେ, ଯାହେଉ ବିଳମ୍ବ ହେଲେ ମଧ୍ୟ ସେ ସେତୁ ନିର୍ମାଣ ସରିଛି, ଏହି ସେତୁ ଦ୍ୱାରା ବିଛିନ୍ନାଞ୍ଚଳ ଓ ଜିଲ୍ଲାବାସୀ ଉପକୃତ ହେବେ, ଆମ ଦଳ ସେତୁ ଓ ମେଡିକାଲ ଉଦଘାଟନକୁ ବିରୋଧ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସରକାରି ନା ବିଜେଡି ଦଳୀୟ, ଗୁରୁପ୍ରୀୟା ସେତୁ ଓ ହସ୍ପିଟାଲ ଉଦଘାଟନ ଲୋକଦେଖାଣିଆ କେବଳ ବାହାନା। ବିଜେଡି ସରକାରରଙ୍କର ଏହା ଚାଲ, ଆସନ୍ତା ୨୦୧୯ ନିର୍ବାଚନର ଏହା ପ୍ରଚାର, ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ହେବ ବୋଲି ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। କେବଳ ଦେଢ ଲକ୍ଷ ଟଙ୍କାର ଫୁଲଅଣା ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବାତିଲ ହେବାପରେ ସେହି ଫୁଲ ଗୁଡିକ ପଚି ନଷ୍ଟ ହେଲା, ପୁଣି ୨୬ ତାରିଖରେ ମୁଖ୍ୟମନ୍ତ୍ର ଙ୍କ ଗସ୍ତ ପାଇଁ ପ୍ରାୟ ୩ କୋଟି ରୁ ଉର୍ଦ୍ଧ୍ୱଟଙ୍କା ସୁରକ୍ଷା ଓ ସାଜସଜ୍ଜାରେ ଖର୍ଚହେବ, ସେ ଟଙ୍କାରେ ଅଧାରୁ ପାଠଛାଡିଥିବା ଗରିବ ପିଲାମାନଙ୍କର ପାଠପଢାବ୍ୟବସ୍ଥା ହୋଇପାରିଥାନ୍ତା, ହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ଓ ଜିଲ୍ଲା ବାସୀ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀ ପାତ୍ର କହିଛନ୍ତି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଜିଲ୍ଲାବାସୀଙ୍କ ୫ଟି ମୌଳିକ ଦାବି ଓ ବିଛିନ୍ନାଞ୍ଚଳ ସହ ଅନ୍ୟାନ୍ୟ ଗ୍ରାମର ଦୁଇ ହଜାରରୁ ଉର୍ଦ୍ଧ୍ୱ ଗରିବ ପିଲା ଶିକ୍ଷାରୁ ବଞ୍ଚିତ ହୋଇ ଘରେ ବସିଥିଲେ ମଧ୍ୟ ସେମାନଙ୍କୁ କୌଣସି ବିଦ୍ୟାଳୟରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଉନଥିବାରୁ ଆସନ୍ତା ୨୬ ତାରିଖରେ ଚିତ୍ରକୋଣ୍ଡା ବନ୍ଦ କରାଯିବା ସହିତ ଏହି ଛାତ୍ରଛାତ୍ରୀମାନେ ମୁହଁରେ କଳାପଟି ପିନ୍ଧି ଆନ୍ଦୋଳନକୁ ଓହ୍ଲାଇବେ। ସେହି ଦନି ଜିଲ୍ଲା ସଦର ମହକୁମାଠାରେ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଶ୍ରୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କାର୍ଯ୍ୟକାରି ସଭାପତି ବରିଷ୍ଟ କଂଗ୍ରେସ ନେତା ରାମପ୍ରାସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି, ନଗର କଂଗ୍ରେସ ସଭାପତି ପି.କେସୁରାଓ, ଯୁବ କଂଗ୍ରେସ ନେତା ପ୍ରଭାକର ପାଳ, ରବି ରାଜେଶ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, ଛବିଦାସ, ଘାସି ନାୟକ, ବଳରାମ ସ୍ୱାଇଁ, ପେଣ୍ଡ୍ରା ପଣ୍ଡା, ଜି.ଶ୍ରୀନିବାସ ରାଓ, ପଦ୍ମପାଙ୍ଗି ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top