ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କ ସହ କୁରୁସଭାରେ ଦ୍ରୌପଦୀ ବସ୍ତ୍ରହରଣ ସ୍ଥିତି ଉତ୍ପନ୍ନ କରା ଯାଇଥିଲା: ରାଜେଶ୍ୱରୀ କାମିଲା

 

– ବିଜେଡ଼ି ଗୁଣ୍ଡାଙ୍କ ପାଶବିକ ଆକ୍ରମଣ ବେଳେ ପୋଲିସ ତାଙ୍କୁ ସୁରକ୍ଷା ଦେବା ବଦଳରେ କିଂକର୍ତବ୍ୟବିମୁଢ ହୋଇ ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ସହାୟତା କରିବା ଭଳି ଦେଖାଯାଉଥିଲା
– ବିଜେଡ଼ି କର୍ମୀମାନେ ନବୀନ ପଟ୍ଟନାୟକ ଜିନ୍ଦା ବାଦ୍ ନାରା ଦେବା ସହ ମୋତେ ବଳାକ୍ରାର କରିବେ ବୋଲି ବଡ଼ ପାଟିରେ ଚିତ୍କାର କରୁଥିଲେ
– ତାଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣ ବେଳେ ନବୀନ ଜଣେ ମହିଳାର ଇଜ୍ଜତ ବଂଚାଇବା ପରିବର୍ତେ ଭୀରୁ କା ପୁରୁଷ ପରି ଭାଷଣ ଅଧାରୁ ବନ୍ଦ କରୁ ସଭା ଛାଡ଼ି ପଳାଇ ଯାଇଥିଲେ
– ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପୂର୍ବ ଦିନ ରାତିରେ ତାଙ୍କ ଘରକୁ ବିଜେଡ଼ିର ଗୁଣ୍ଡାମାନେ ଆସି ତାଙ୍କ ସ୍ୱାମୀଙ୍କୁ ଉଠାଇ ନେଇ ଯାଇଥିଲେ
– ବିନା ପୋଲିସରେ ତାଙ୍କ ସ୍ୱାମୀଙ୍କୁ ସ୍ଥାନୀୟ ବିଜେଡ଼ି ଗୁଣ୍ଡାମାନେ ଜୋରଜବରଦସ୍ତ ଉଠାଇ ନେଇଯିବା କାରଣରୁ ମୋ ସ୍ୱାମୀଙ୍କ ଜୀବନ ପ୍ରତି ଭୟ ଅଛି ବୋଲି ଭାବି ସେ ଡରି ଯାଇଥିଲେ
– ଅଣ୍ଡା ପକାଇ ସେ କେବେ ଅନୁତପ୍ତ ହୋଇନାହାନ୍ତି କି ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଷମା ଦିଅନ୍ତୁ ବୋଲି କହି ନାହାନ୍ତି
– ବିଜେଡ଼ି ଗୁଣ୍ଡାଙ୍କ ଆକ୍ରମଣ ପରେ ରାଜ୍ୟର ବିରୋଧକୁ ସାମ୍ନା କରି ନପାରି ନିଜକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ଷମାର ନାଟକ କରିଛନ୍ତି
– ତାଙ୍କ ଉପରେ ପାଶବିକ ଆକ୍ରମଣ କରି ଉଲଗ୍ନ କରି ରାସ୍ତା ରେ ଘୋସାଡ଼ିଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କ୍ଷମା କରିଦେଇଛନ୍ତି କି ?
– ମହିଳା ମାନଙ୍କର ସମ୍ମାନ ରକ୍ଷା ପାଇଁ ସେ ତାଙ୍କର ସଘର୍ଷକୁ ଜାରି ରଖିବେ

ଭୁବନେଶ୍ୱର, ତା ୧୩/୦୨(ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କ ସହ କୁରୁସଭାରେ ଦ୍ରୌପଦୀ ବସ୍ତ୍ରହରଣ ସ୍ଥିତି ଉତ୍ପନ୍ନ କରା ଯାଇଥିଲା ବୋଲି ରାଜେଶ୍ୱରୀ କାମିଲା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅଣ୍ଡା ପକାଇବା ପାଇଁ ସେ ଅନୁତପ୍ତ ନୁହନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ କ୍ଷମାର ଆବଶ୍ୟକତା ନାହିଁ ବୋଲି କହିବା ସହ ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତାଙ୍କର ସଘର୍ଷ ଜାରି ରହିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ପ୍ରତିବାଦ ପାଇଁ ମୁଁ ଅଣ୍ଡା ପକାଇବା ପରେ ତାଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣ କରାଗଲା। ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ଓ ବିଜେଡ଼ି କର୍ମୀଙ୍କ ଉପଦ୍ରବକୁ ସାରା ଓଡ଼ିଶାବାସୀ ଟିଭି ମାଧ୍ୟମରେ ସିଧା ସଳଖ ଚିତ୍ର ଦେଖି ବ୍ୟସ୍ତବିବ୍ରତ ହୋଇପଡ଼ିଛନ୍ତି। ବିଜେଡ଼ି ଗୁଣ୍ଡାମାନେ ନବୀନ ପଟ୍ଟନାୟକ ଜିନ୍ଦା ବାଦ ନାରା ଦେଉଥିଲେ ଓ ତାଙ୍କ ଚୁଟିକୁ ଧରି ଘୋଷାଡ଼ୁ ଥିଲେ। ତାଙ୍କର ଲୁଗା ଓ ବାଉଜ ପର୍ଯ୍ୟନ୍ତ କାଢି ନେଉଥିଲେ। ଏ ଚିତ୍ର ଯିଏ ଦେଖିଛି ସଭ୍ୟ ସମାଜରେ ଏପରି ଘଟଣା ଘଟିପାରେ। କେହି କଳ୍ପନା ବି କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିଜେଡ଼ି ଗୁଣ୍ଡାଙ୍କ ପାଶବିକ ଆକ୍ରମଣ ବେଳେ ପୋଲିସ ତାଙ୍କୁ ସୁରକ୍ଷା ଦେବା ବଦଳରେ କିଂକର୍ତବ୍ୟବିମୁଢ ହୋଇ ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ସହାୟତା କରିବା ଭଳି ଦେଖାଯାଉଥିଲା। ବିଜେଡ଼ି କର୍ମୀମାନେ ନବୀନ ପଟ୍ଟନାୟକ ଜିନ୍ଦା ବାଦ୍ ନାରା ଦେବା ସହ ମୋତେ ବଳାକ୍ରାର କରିବେ ବୋଲି ବଡ଼ ପାଟିରେ ଚିତ୍କାର କରୁଥିଲେ।

ସେ କହିଛନ୍ତି ଯେ ପ୍ରତିକାତ୍ମକ ପ୍ରତିବାଦ ପାଇଁ ମୁଁ ଅଣ୍ଡା ପକାଇବା ପରେ ବିଜେଡ଼ି କର୍ମୀମାନେ ଯେତେବେଳେ ତାଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣ କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ମହିଳାର ଇଜ୍ଜତ ବଂଚାଇବା ପରିବର୍ତେ ଭୀରୁ କା ପୁରୁଷ ପରି ଭାଷଣ ଅଧାରୁ ବନ୍ଦ କରୁ ସଭା ଛାଡ଼ି ପଳାଇ ଯାଇଥିଲେ। ବିଜୁ ପଟ୍ଟନାୟକଙ୍କ ପୁଅର ପରିଚୟରେ ରାଜନୀତି କରୁଥିବା ଜଣେ ବ୍ୟକ୍ତିର ଏପରି ଭୀରୁ ପଣକୁ ନିନ୍ଦା କରୁଛି ବୋଲି ସେ କହିଛନ୍ତି।

ସେ ଅଣ୍ଡା କାହିଁକି ପକାଇଲେ ସେ ସମ୍ପର୍କରେ କହିଛନ୍ତି ଯେ ସେ ଜଣେ ଗୃହିଣୀ। ରାଜନୀତି ସହ ତାଙ୍କର କିଛି ସମ୍ପର୍କ ନାହିଁ। ତାଙ୍କ ସ୍ୱାମୀ ବିଜେପିର ଜଣେ ସାଧାରଣ କର୍ମୀ। ଲୋକମାନଙ୍କ ସେବାରେ ସେ ଦିନରାତି ଥାଆନ୍ତି। ସ୍ଥାନୀୟ ଦୁର୍ନିତି ଓ ପିସି ବିରୋଧରେ ସେ ଲଗାତାର ସଂଗ୍ରାମ କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପୂର୍ବ ଦିନ ରାତିରେ ତାଙ୍କ ଘରକୁ ବିଜେଡ଼ିର ଗୁଣ୍ଡାମାନେ ଆସି ତାଙ୍କ ସ୍ୱାମୀ କୁ ଉଠାଇ ନେଇଗଲେ। ତାଙ୍କ ଆଠ ନଅ ମାସର ଛୁଆଟେ ଅଛି। ବିନା ପୋଲିସରେ ତାଙ୍କ ସ୍ୱାମୀଙ୍କୁ ସ୍ଥାନୀୟ ବିଜେଡ଼ି ଗୁଣ୍ଡାମାନେ ଜୋରଜବରଦସ୍ତ ଉଠାଇ ନେଇଯିବା କାରଣରୁ ମୋ ସ୍ୱାମୀଙ୍କ ଜୀବନ ପ୍ରତି ଭୟ ଅଛି ବୋଲି ଭାବି ସେ ଡରି ଯାଇଥିଲେ।

ମୁଖ୍ୟମନ୍ତ୍ରୀ ଆସୁଥିବାରୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୋ ସ୍ୱାମୀଙ୍କ ସୁରକ୍ଷା ପାଇଁ ଏହା ତାଙ୍କର ପ୍ରୟାସ ଥିଲା ବୋଲି ସେ କହିଛନ୍ତି।

ଅଣ୍ଡା ପକାଇବା ପାଇଁ ସେ ଅନୁତପ୍ତ ନୁହନ୍ତି ମୁଖ୍ୟମନ୍ତ୍ରୀଙ୍କ କ୍ଷମାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଅଣ୍ଡା ପକାଇ ସେ କେବେ ଅନୁତପ୍ତ ହୋଇନାହାନ୍ତି କି ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଷମା ଦିଅନ୍ତୁ ବୋଲି କହି ନାହାନ୍ତି ବୋଲି ସେ କହିଛନ୍ତି।

ବିଜେଡ଼ି ଗୁଣ୍ଡାଙ୍କ ଆକ୍ରମଣ ପରେ ରାଜ୍ୟର ବିରୋଧକୁ ସାମ୍ନା କରି ନପାରି ନିଜକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ଷମାର ନାଟକ କରିଛନ୍ତି ବୋଲି ସେ କହିଛନ୍ତି।

ତାଙ୍କୁ କ୍ଷମା ଦେବାର ନାଟକ କରି ଯେଉଁମାନେ ତାଙ୍କ ଉପରେ ପାଶବିକ ଆକ୍ରମଣ କଲେ ଉଲଗ୍ନ କରି ରାସ୍ତା ରେ ଘୋସାଡ଼ିଲେ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ଷମା କରିଦେଇଛନ୍ତି କି ବୋଲି ସର୍ବସାଧାରଣରେ ଉତର ରଖନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡ଼ି ଗୁଣ୍ଡାମାନଙ୍କ ଉପରେ ତୁରନ୍ତ କଠୋର କାର୍ଯେ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେ ତାଙ୍କର ସଘର୍ଷକୁ ଜାରି ରଖିବେ। ଓଡ଼ିଶାର ମା ଭଉଣୀଙ୍କ ଇଜ୍ଜତ ସୁରକ୍ଷିତ ନୁହେଁ, କୁନ୍ଦୁଲି ହେଉ ଅଥବା ଇତିଶ୍ରୀ ବା ବେବିନା ଏପରି ଅନେକ ଘଟଣା ଓଡ଼ିଶାରେ ଘଟୁଛି।ଏପରି ଝିଅମାନଙ୍କ ପାଇଁ ଲଢେଇ କରିବା ପାଇଁ ତାଙ୍କୁ ବିଜେଡ଼ିର ଆକ୍ରମଣ ପରେ ଯେପରି ଓଡ଼ିଆ ଲୋକମାନେ ସ୍ନେହଶ୍ରଦ୍ଧା ଦେଖାଇଛନ୍ତି ସେ ମା ଝିଅ ମାନଙ୍କ ପାଇଁ ସଂଘର୍ଷ କରି ସେ ଋଣ ପରିଶୋଧ କରିବେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ସେଠାରେ ଗୋବରପାଣି ସିଂଚି ଶୁଦ୍ଧ କରିବେ ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସମୀର ମହାନ୍ତି, ମୁଖ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା, ରାଜ୍ୟସଂପାଦକ ଶ୍ରୀ କାଳନ୍ଦୀ ସାମଲ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନ, ବିଜେପି ଆଇନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପ୍ରସନ୍ନ ପାଢୀ, ପରେଶ ନାୟକ ଏବଂ ଦିଲ୍ଲିପ କାମିଲା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *