ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହିଳାଙ୍କୁ ଉଲଗ୍ନ କରିବା ପର୍ଯ୍ୟନ୍ତ ବିଜେଡି କର୍ମୀଙ୍କ ମାଡ ପ୍ରସଙ୍ଗ: କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଭଳି ଜଘନ୍ୟ ଅପରାଧ: ବିଜେପି

– ପାଟିରେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ହାତରେ ବସ୍ତ୍ରହରଣ କରାଗଲା
– ସାଢେ ଚାରି କୋଟି ଓଡିଆଙ୍କୁ ନିଜ ପରିବାର କହୁଥିବା ବେଳେ କର୍ମୀଙ୍କ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଓଡିଆ ଲୋକ ମାନେ ବିଜେଡିକୁ ବରଦାସ୍ତ କରିବେ ନାହିଁ

ଭୁବନେଶ୍ୱର, ତା.୩୧/୦୧(ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀଙ୍କ ଜଳେଶ୍ୱର ସଭାରେ ଅଣ୍ଡା ମାଡ ଅଭିଯୋଗରେ ଜଣେ ମହିଳାଙ୍କୁ ପୋଲିସ ଓ ବିଜେଡି କର୍ମୀଙ୍କ ଉଲଗ୍ନ କରିବା ପର୍ଯ୍ୟନ୍ତ ନିସ୍ତୁକ ମାଡ ଓ ଦୁର୍ବ୍ୟବହାର କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଭଳି ଜଘନ୍ୟ ଅପରାଧ ବୋଲି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି।

ଡ. ସାମନ୍ତ ସିଂହାର କହିଛନ୍ତି ଯେ ଓଡିଶାର ମୁଖ୍ୟମନ୍ତ୍ରୀ ଅନ୍ଧ ଧୃତରାଷ୍ଟ୍ର ଭଳି କୁରୁସଭାରେ ଉପସ୍ଥିତ ଥିବା ବେଳେ ସାଢେ ଚାରି କୋଟି ଓଡିଆଙ୍କୁ ନିଜ ପରିବାର କହୁଥିବା ବେଳେ ତାଙ୍କ ଦଳର କର୍ମୀ ମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ମହିଳାଙ୍କ ବସ୍ତ୍ର କାଢିନେବାକୁ ଉଦ୍ୟମ କରୁଥିଲେ। ସାଢେ ଚାରି କୋଟି ଓଡିଆ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜଣେ ମହିଳାଙ୍କ ଉପରେ ଏହି ଜଘନ୍ୟ ଅପରାଧକୁ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି।

ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି ଯେ ବିଜେପି ଗଣତନ୍ତ୍ରରେ ହିଂସାରେ ବିଶ୍ୱାସ କରେ ନାହିଁ। ମାତ୍ର ଅଣ୍ଡା ପକାଇ ସଂପୃକ୍ତ ମହିଳା କଣ ଗର୍ହିତ ଅପରାଧ କରି ଦେଲେ ଯେ ତାଙ୍କୁ ବିବସ୍ତ୍ର କରିବା ପର୍ଯନ୍ତ ବିଜେଡି କର୍ମୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କଲେ ବୋଲି ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି।

ଓଡିଶାରେ କଂଗ୍ରେସର ଶେଷ ସରକାର ସମୟରେ ମହିଳା ମାନଙ୍କ ବିରୁଦ୍ଧରେ ହିଂସା ଯେମିତି ଥିଲା ଆଜି ଦିନରେ ତାହା ଆହୁରି ଚାରି ପାଦ ଆଗକୁ ବଢି ଯାଇଛି ବୋଲି ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି।

ସଂପୃକ୍ତ ମହିଳାଙ୍କ ସମ୍ମାନ ସହିତ ତାଙ୍କ ଦଳ ଠିଆ ହେବ। ନବୀନ ଶାସନରେ ମା ଓ ମାଟିର ସମ୍ମାନ ଧୁଳିସାତ ହୋଇ ଯାଇଛି ବୋଲି ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top