ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଉପରେ ପାଣି ପାଉଚ ଓ ଚପଲ ଫିଙ୍ଗା ମାମଲାକୁ ନିନ୍ଦା କଲା ବିଜେପି

– ବିଜେପି ରାଜନୈତିକ ହିଂସାରେ ବିଶ୍ୱାସ କରେ ନାହିଁ
– ଚପଲ ଫିଙ୍ଗିଥିବା ବ୍ୟକ୍ତି ସହ ବିଜେପିର କୌଣସି ସମ୍ପର୍କ ନାହିଁ
– ବିଜେଡିର ମୁଖପାତ୍ରମାନେ ଘଟଣା ଘଟୁ ଘଟୁ ଏହା ବିଜେପିର କାର୍ଯ୍ୟ ବୋଲି କହିବା ନିନ୍ଦନୀୟ
ଭୁବନେଶ୍ୱର, ୨୦ ଫେବୃଆରୀ (ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀଙ୍କ ଉପରେ ପାଣି ପାଉଚ ଓ ଚପଲ ଫିଙ୍ଗା ମାମଲାକୁ ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ରାଜନୀତିର ହିଂସାର ସ୍ଥାନ ନାହିଁ ବୋଲି କହି ବିଜେପି ରାଜନୈତିକ ହିଂସାରେ ବିଶ୍ୱାସ କରେ ନାହିଁ ବୋଲି କହିଛନ୍ତି ଶ୍ରୀ ମହାନ୍ତି।

ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା ବ୍ୟକ୍ତି ସହ ବିଜେପିର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ମହାନ୍ତି।

ଚପଲ ଫିଙ୍ଗିଥିବା ବ୍ୟକ୍ତି କିଏ ଉପଯୁକ୍ତ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ। ମାତ୍ର ବିଜେଡିର ମୁଖପାତ୍ର ମାନେ ଘଟଣା ଘଟୁ ଘଟୁ ଏହା ବିଜେପିର କାର୍ଯ୍ୟ ବୋଲି କହିବା ନିନ୍ଦନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top