ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ‘ଆମ ଗାଁ ଆମ ବିକାଶ’ଯୋଜନା ପ୍ରସଙ୍ଗରେ: ପ୍ରତି ସପ୍ତାହରେ ୩-୪ଟି ପଂଚାୟତକୁ ଅର୍ଥ ଆବଂଟନର ଘୋଷଣା କରିବା ମୁଖ୍ୟମନ୍ତ୍ରୀଙ୍କ ସାମନ୍ତବାଦୀ ମନୋଭାବର ପରିଚୟ : ବିଜେପି

ଭୁବନେଶ୍ୱର, ତା ୩୧/୦୩ (ଓଡ଼ିଆ ପୁଅ) : ସଂଘୀୟ ଗଣତନ୍ତ୍ର କଥା କହୁଥିବା ମୁଖ୍ୟମନ୍ତ୍ରୀ ଖୋଦ୍ ତାଙ୍କ କଥାରୁ ବିଚ୍ୟୁତି ରହି ପଂଚାୟତଗୁଡିକରେ ସମ୍ବିଧାନର ନିୟମକୁ ପାଳନ କରୁନାହାଁନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରତ୍ୟକ ପଂଚାୟତର ସ୍ୱାଧୀନତା ରହିଛି। ଗ୍ରାମ ପଂଚାୟତର ଜନପ୍ରତିନିଧୀମାନେ ସ୍ୱତନ୍ତ୍ରଭାବେ କାର୍ଯ୍ୟ କରିବା ଆବଶ୍ୟକ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ଗ୍ରାମ ପଂଚାୟତ ଏବଂ ଜିଲ୍ଲା ମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ସଂଘୀୟ ଗଣତନ୍ତ୍ରର ନିୟମକୁ ଭୁଲି ଗ୍ରାମ ପଂଚାୟତ ଏବଂ ଜିଲ୍ଲାମାନଙ୍କରେ ନିଜ ଅଧୀନରେ କ୍ଷମତା ରଖି ବିଭିନ୍ନ କାର୍ଯ୍ୟକ୍ରମ କରି ନିଜର ଆତ୍ମପ୍ରଚାର କରୁଛନ୍ତି। ଶାସକ ଦଳର ବିଧାୟକ ମାନଙ୍କ ଇଙ୍ଗିତରେ ଜିଲ୍ଲାପାଳମାନେ କାର୍ଯ୍ୟକରୁଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ‘ଆମ ଗାଁ ଆମ ବିକାଶ’ ଯୋଜନା ମଧ୍ୟ କେବଳ ପ୍ରଚାର ସର୍ବସ୍ୱ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି।

ପଂଚାୟତ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଭାବେ ନିର୍ବାଚିତ ପଂଚାୟତ ଅନୁଷ୍ଠାନଗୁଡିକ ମାଧ୍ୟମରେ ଅର୍ଥ ଆବଂଟନ କରୁଛନ୍ତି। ମାତ୍ର ଅନ୍ୟ ପଟେ ଏହି ପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ସଚିବାଳୟରେ ବସି ରହି ପତି ସପ୍ତାହରେ ୩-୪ଟି ପଂଚାୟତକୁ ଅର୍ଥ ଆବଂଟନ ଘୋଷଣା କରି ତାଙ୍କର ସାମନ୍ତବାଦୀ ମନୋଭାବର ପରିଚୟ ଦେଉଛନ୍ତି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି।

କେନ୍ଦ୍ର ସରକାର ସମସ୍ତ ପଂଚାୟତ ଗୁଡିକୁ ବ୍ୟାପକ ଅର୍ଥ ଏବଂ କ୍ଷମତା ପ୍ରଦାନ କରିଥିବା ସତ୍ୱେ ରାଜ୍ୟସରକାର ନିଜ ସ୍ୱାର୍ଥ ପାଇଁ ଗ୍ରାମ ଗୁଡିକରେ କୈାଣସି ବିକାଶମୂଳକ କାର୍ଯ୍ୟ କରାଇ ଦେଉନାହାଁନ୍ତି। ବିଶେଷ ଭାବରେ ବିରୋଧୀ ଦଳର ୁ ପ୍ରତିନିଧିତ୍ୱ କରୁଥିବା ସରପଂଚମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହଇରାଣ କରାଯାଉଛି। ବିଡିଓ, ପିଇଓମାନଙ୍କୁ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାଗଣ ହାତବାରିସୀ କରି ପଂଚାୟତ ବିକାଶର ବାଧକ ସାଜିଛନ୍ତି। ଏହି କାରଣରୁ ଗ୍ରାମସଭାର ନିଷ୍ପତି ଏବଂ ପଂଚାୟତର ଅନୁମୋଦନ ସତ୍ୱେ କୈାଣସି ବିକାଶମୁଳକ କାର୍ଯ୍ୟ ସଠିକ ଭାବେ ହୋଇପାରୁନାହିଁ। ରାଜ୍ୟରେ ଥିବା ପଂଚାୟତ ଗୁଡିକରେ ସରପଂଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବରମାନେ ଅବହେଳିତର ଶିକାର ହେବା କାରଣରୁ ନିର୍ବାଚନ ସମୟରେ ଭୋଟରମାନଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରିବାରୁ ବଂଚିତ ହେଉଛନ୍ତି। ଅନ୍ୟ ପଟେ ସଚିବାଳୟରୁ ବସି ରହି ମୁଖ୍ୟମନ୍ତ୍ରୀ ପଂଚାୟତର ସମସ୍ତ ଯୋଜନାଗୁଡିକୁ ପ୍ରତ୍ୟକ୍ଷରେ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଶର୍ମା କହିଛନ୍ତି।

ପଲ୍ଲୀର ନିଷ୍ଫତି ଦିଲ୍ଲୀରେ ହେବା ଉଚିତ୍ ନୁହେଁ। ଏକଥାକୁ ସ୍ୱୀକାର କରି କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ଅଧିକରୁ ଅଧିକ ସମ୍ବଳ, କ୍ଷମତା ଏବଂ ଦାୟୀତ୍ୱ ଦେଇ ଆସୁଛନ୍ତି। ସେହିପରି ଚର୍ତୁଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ରାଜ୍ୟମାନଙ୍କୁ ଅଧିକ ୧୦ ପ୍ରତିଶତ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି। ପଂଚାୟତ ଅବା ମ୍ୟୁନିସପାଲିଟି ଅଂଚଳରେ ଲୋକ ପ୍ରତିନିଧୀମାନଙ୍କୁ କେନ୍ଦ୍ରସରକାର ସ୍ୱତନ୍ତ୍ର କ୍ଷମତା ସହ ବ୍ୟାପକ ଅର୍ଥ ପ୍ରଦାନ କରୁଛନ୍ତି। କିନ୍ତୁ ରାଜ୍ୟସରକାର କେବଳ ପିସି ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକ ନିଜ ଅଧୀନକୁ ଆଣି ସେଗୁଡିକର ଦୁରୂପଯୋଗ କରୁଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି।

ସ୍ୱର୍ଗତଃ ରାଜୀବ ଗାନ୍ଧୀ କହିଥିଲେ ଯେ, କେନ୍ଦ୍ରର ୧ ଟଙ୍କାର ଅନୁଦାନରୁ ମାତ୍ର ୧୫ ପଇସା କାର୍ଯ୍ୟକ୍ଷେତ୍ରରେ ପଂହଚିଥାଏ। ମାତ୍ର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଥିବା ଏବଂ କେନ୍ଦ୍ରୀୟ ଅନୁଦାନକୁ ସତ୍ ଉପାୟରେ କାର୍ଯ୍ୟକ୍ଷମ କରିବାକୁ ଚାହୁଁଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସିଧାସଳଖ ପଂଚାୟତକୁ ଅର୍ଥ ପହଂଚାଇବାର ବ୍ୟବସ୍ଥା କରିଛନ୍ତି। ଅନ୍ୟ ପଟେ ରାଜ୍ୟସରକାର ସମସ୍ତ କେନ୍ଦ୍ରୀୟ ଯୋଜନାରେ ଅଙ୍କୁଶ ଲଗାଇଛନ୍ତି। ପଂଚାୟତ ବିକାଶର ବାଧକ ସାଜିଥିବା ମୁଖ୍ୟମନ୍ତ୍ରୀ ଏହି ଅର୍ଥକୁ ନିଜ ଦଳୀୟ ନେତା ଓ କର୍ମୀମାନଙ୍କ ଦ୍ୱାରା କୋଟି କୋଟି ଟଙ୍କା ବଂଟନ କରି କେବଳ ଆତ୍ମପ୍ରଚାର କରୁଛନ୍ତି। କେନ୍ଦ୍ରକୁ ସର୍ବଦା ସବୁ କ୍ଷେତ୍ରରେ ଦାୟୀ କରିବା ଏବଂ ପରାମର୍ଶ ଦେବା ବନ୍ଦ କରି ଓଡିଶାରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ନିଜେ ରକ୍ଷା କରନ୍ତୁ ବୋଲି ଶ୍ରୀ ଶର୍ମା କହିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top