ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ ସେବାୟତ

ପୁରୀ ୦୬/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି ସେବାୟତ। ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ସେବାୟତ ମାନେ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପତ୍ର ପ୍ରଦାନ କରିଥିଲେ। ଯାତ୍ରାକୁ କିଭଳି ଶୃଙ୍ଖଳିତ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ପାଇଁ ସମୟ ଦେବାକୁ ସେବାୟତ ମାନେ ଏହି ପତ୍ରରେ ଅନୁରୋଧ କରିଛନ୍ତି। ଶନିବାର ଦିନ ଏସମ୍ପର୍କରେ ସାଂସଦ ପିନାକୀ ମିଶ୍ର ସେବାୟତଙ୍କ ସହ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିବା ସେବାୟତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *