ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁକ୍ତିକାନ୍ତ

ରାଉରକେଲା ୧୯-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ୭୧ ଦିନର ଦିଲୀ ପଦଯାତ୍ରା ସମୂର୍ଣ୍ଣପରେ ରାଉରକେଲାର ବିଭିନ୍ନ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ମୁକ୍ତିକାନ୍ତ। ନବୀନ ନିବାସରେ ମୁକ୍ତିକାନ୍ତ ପହଂଚି ରାଉରକେଲାର ବିଭିନ୍ନ ସମସ୍ୟାକୁ ଗମ୍ଭୀରତାର ସହିତ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ ରାଜନୈତିକସ୍ତରରେ ଏକ ନୂତନ ପରିଭାଷା ସୃଷ୍ଟି କରିବା ସହିତ ଗୁଡ୍ ଜବ୍ କହି ପିଠି ଥାପୁଡ଼ାଇଥିଲେ। ଆଗାମୀ ଦିନରେ ଓଡ଼ିଶା ସରକାର ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶୃତିର ଖୁବଶୀଘ୍ର ଅନ୍ତ ଘଟିବା ସହିତ ରାଉରକେଲାବାସୀଙ୍କ ସହିତ ଓଡ଼ିଶା ସରକାର ଆଗରୁ ଥିଲେ ଓ ସୁଖଦୁଃଖରେ ଭବିଷତ୍ୟରେ ସବୁବେଳେ ରହିବେ ବୋଲି ପ୍ରତିଶୃତି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଶୃତି ବିଳମ୍ବର ବିକଳ୍ପ ପନ୍ଥା ଖୁବଶୀଘ୍ର ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବାସହିତ ମୁକ୍ତିକାନ୍ତଙ୍କ ପଦଯାତ୍ରା ବୃଥା ଯିବନି ବୋଲି ଆଶ୍ୱାସନା ଦେଇଛନ୍ତି। ଏହା ସହିତ କୋଏଲ ବ୍ୟାରେଜ, ରାଉରକେଲା ସରକାରୀ ହସ୍ପିଟାଲ ଉପରେ ମଧ୍ୟ ଯଥାଶୀଘ୍ର ନିଷ୍ପତି ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ବୋଲି ଯୁବ ଜାଗୃତି ମଂଜର ଆବାହକ ଗୋପାଳ ଜେନା ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top