ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ପ୍ରତିନିଧି

ଭୁବନେଶ୍ୱର, ୧୮/୯/୨୦୧୮(ଓଡ଼ିଆ ପୁଅ): କିଛିଦିନ ପୂର୍ବେ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ବିଭିନ୍ନ ଅସୌଜନ୍ୟମୂଳକ ମନ୍ତବ୍ୟ ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟରେ ଏକ ପ୍ରକାର ଜନଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ବିଜୁ ଜନତା ଦଳ ସରକାର ଜନସାଧାରଣରେ ନିନ୍ଦିତ ହେବା ସହିତ ବହୁ ପ୍ରକାର ଅସୁବିଧାରେ ପକାବାକୁ ଅପଚେଷ୍ଟା ହୋଇଥିଲା। ଏଭଳି ପରିସ୍ଥିତିରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡା. ରାଉତଙ୍କୁ ଦଳରୁ ବହିଷ୍କାର କରିଥିଲେ। ସଭାପତିଙ୍କ ଏତାଦୃଶ ନିଷ୍ପତ୍ତିକୁ ସ୍ୱାଗତ କରି ଆଜି ବିଧାୟିକା ଡା. ରାଜଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ଦଳୀୟ ନେତୃମଣ୍ଡଳୀଙ୍କ ସମେତ ୨୦୦୦ରୁ ଊର୍ଦ୍ଧ୍ୱ କର୍ମୀ ନବୀନ ନିବାସ ଯାଇ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପ୍ରୀୟଦର୍ଶୀନି ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର ରାୟ, ଲିପାଲି ରାଉଳ, ଡେଜାଲିନ୍‌ମହାପାତ୍ର, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ ସେଠୀ, ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ସମସ୍ତ ସମିତି ସଭ୍ୟସଭ୍ୟା, ବିରିଡି ବ୍ଳକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଧାନ ଜେନା, ବିରିଡି ବ୍ଳକ ମହିଳା ବିଜେଡି ସଭାନେତ୍ରୀ ମହାଶ୍ୱେତା ଜେନା, ତିର୍ତ୍ତୋଲ ବ୍ଲକ ସଭାନେତ୍ରୀ ନିବେଦିତା ମହାନ୍ତି, ୩ଟି ବ୍ଲକର ଯୁବ-ଛାତ୍ର ବିଜେଡି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top