ମୁଖ୍ୟମନ୍ତ୍ରୀଙ୍କର ଯୁଗାନ୍ତକାରୀ ପଦକ୍ଷେପକୁ ସାମ୍ବାଦିକମାନଙ୍କର ସ୍ୱାଗତ

ପୁରୀ:୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କତବ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଯେଉଁ କଲ୍ୟାଣ ମୂଳକ ଯୋଜନା ଗୁଡ଼ିକୁ ଘୋଷଣା କରିଥିବାରୁ କତବ୍ୟରତ ସାମ୍ବାଦିକମାନେ ଏହାକୁ ସ୍ୱାଗତ କରିବା ସହ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ଶୀଘ୍ର ସାମ୍ବାଦ୍ଧିକମାନଙ୍କ ନିକଟରେ ଏହାର ସଫଳତା ପହଂଚିବ ସେ ଦିଗରେ ପଦକ୍ଷପ ନେବାକୁ ଅନୁରୋଧ। ଆଜି ପୁରୀ ଜିଲ୍ଲା ପତ୍ରକାର ସଂଘର ଏକ ବୈଠକ ସଂଘର ସଭାପତି ବିଜୟ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲେ। ମୁଖ୍ୟମନ୍ତ୍ରଙ୍କର ଏହି ଯୁଗାକ୍ତକାରୀ ପଦକ୍ଷପକୁ ସାମ୍ବାଦିକମାନେ ସ୍ୱାଗତ କରିଛନ୍ତି। କତବ୍ୟରତ ସାମ୍ବାଦିକମାନଙ୍କ ପାଇିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା, ତିନି ପ୍ରତିଶ୍ୱତ ସୁଧରେ ୨୫ଲକ୍ଷ ଗୃହ ରୁଣ, ଚାରିଚକିଆ ଯାନ ପାଇଁ ୪ଲକ୍ଷ ଟଙ୍କା, ଦୁଇ ଚକିଆ ଯାନ ପାଇଁ ୫୦ ହଜାରେ ଟଙ୍କା, ମୃତ ସାମ୍ବାଦିକ ପାଇଁ ୪ଲକ୍ଷ ଟଙ୍କା, ଦୁର୍ଘଟଣା ଜନିତ ସାମ୍ବାଦିକଙ୍କୁ ୨ଲକ୍ଷ ଟଙ୍କା, ଆଧିକ ସହାୟତା ଘୋଷଣା ସାମ୍ବାଦିକମାନଙ୍କ ପାଇଁ ଏହା ଏକ ପ୍ରଶସନୀୟ ପଦକ୍ଷପ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଶଙ୍କର ବେହେରା, ବିରେନ୍ଦ୍ର ମହାପାତ୍ର, ତମୟ ମହାନ୍ତି, ସଞ୍ଜୟ ଅଗ୍ରବାଲ, ପ୍ରମୁଖ ଉପସ୍ଥିତ ଥିଲେ। ସେହି ପୁରୀ ପୁରୀ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପୁରୁଷୋତ୍ତମ ପଲେଇ, ସତ୍ୟ ଦାସ, ନିମେଇ ଚରଣ ମହାନ୍ତି, କୃତିବାସ କାମେଲା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *