ମୁଖ୍ୟଚିକିତ୍ସାଳୟରେ ଆରମ୍ଭ ହେଲା ନିଦାନ ଓ ସହାୟ ଯୋଜନା

ପୁରୀ, ୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଜାନୁଆରୀ ୧ତାରିଖ ନବବର୍ଷରୁ ଓଡିଶାର ବିଭିନ୍ନ ଚକିତ୍ସାଳୟ ଓ ସଦର ମହକୁମା ଚିକିତ୍ସାଳୟରେ ଆରମ୍ଭ ହୋଇଛି ନିଦାନ ଓ ସହାୟ ଯୋଜନା।ସୋମଠାରୁ ଠାରୁ ମଧ୍ୟ ପୁରୀ ସହର ମୁଖ୍ୟ ଚିକିତ୍ସାଳୟରେ ଏହି ନୂତନଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ଏଣିକି ଜନସାଧାରଣଙ୍କୁ ସମସ୍ତ ନିଦାନ ପରୀକ୍ଷା ମାଗଣାରେ ଯୋଗାଇ ଦିଆଯାଇଛି। ପୂର୍ବରୁ ବିଭିନ୍ନ ନମୁନା ପରୀକ୍ଷା ଡାକ୍ତରଖାନାରେ ୟୁଜର୍ସ ଫି ଦେବାକୁ ପଢୁଥିବା ବେଳେ ଏବେ ଏହି ସମସ୍ତ ପରୀକ୍ଷା ବ୍ୟତିତ ଇସିଜି, ଅଲଟ୍ରାସାଉଣ୍ଡ ଏକ୍ସରେ ଓ ମାଏଲିସିସ, ମଧ୍ୟ ମାଗଣାରେ କରାଯିବ। ସରକାରଙ୍କ ଏହି ନୂତନ ଯୋଜନା୍କୁ ନେଇ ରୋଗୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଲୋକମାନେ ଏଣିକି ବିନାମୂଲ୍ୟରେ ଡାକ୍ତରଖାନାରେ ନିଦାନ ବିଭାଗରେ ରକ୍ତ, ମଳ, ମୁଣ୍ଡ, ପରୀକ୍ଷା କରିବା ସହ ବ୍ଲଡସୁଗାର, ୟୁରିଆ, କ୍ରିଏଟିନ୍ ଆଦିର ନମୁନା ପରୀକ୍ଷା କରାଯାଇପାରିବେ। ଏତତ୍ ବ୍ୟତିତ ଲିପିଡ୍ ପ୍ରୋଫାଲ, ୟୁରିକ ଏସିଡ, ଏଚଏସବିସ ଭଳି ବ୍ୟୟବହୂୁଳ ପରୀକ୍ଷା ମଧ୍ୟ ଡାକ୍ତରଖାନାରେ କରାଯିବ। ସେହିଭଳି ନୂଆ ଯୋଜନାରେ ଏକ୍ସରେ, ଅଲଟ୍ରାସାଉଣ୍ଡ, ଇସିଜି ଆଦିର ମାଗାଣା ଟେଷ୍ଟ ସହ ଡାଇନେସିସ ମଧ୍ୟ କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ସବୁଧର୍ମର ଲୋକେ ଏହା ଦ୍ୱାରା ଉପକୃତ ହୋଇପାରିବେ। ତେବେ ଏହା ଦ୍ୱାରା ଠିକାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କର ଅସୁବିଧା ଉପୁଜୁଛି। ପ୍ରାୟ ୪୦ ଜଣ କର୍ମଚାରୀ ଏହାଦ୍ୱାରା କର୍ମସଂସ୍ଥାନ ହରେଇବାର ଆଶଙ୍କା ସୃଷ୍ଟି ହୋଇଛି।। ତେବେ ଏହି କର୍ମଚାରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଉଛି ବୋଲି ସୂଚନା ଦେଇଛିନ୍ତି ଉପମୁଖ୍ୟ ଚିକିତ୍ସାଧିକାରୀ।

Leave a Reply

Your email address will not be published. Required fields are marked *