ଓଡ଼ିଶା

ମୁକ୍ତିଲାଭ କରିବ ନୀଳମାଧବ ପଣ୍ଡାଙ୍କ ‘ହଲ୍କା’

ସମ୍ବଲପୁର, ୬/୮ (ଓଡ଼ିଆ ପୁଅ) – ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ଚଳଚ୍ଚିତ୍ର ‘ହଲ୍କା’ ଆଗାମୀ ସେପ୍ଟେମ୍ବର ୭ ତାରିଖ ଦିନ ଭାରତରେ ମୁକ୍ତିଲାଭ କରିବ। ପାରିବାରିକ ଏବଂ ସାଂପ୍ରତିକ କଥାବସ୍ତୁକୁ ନେଇ ପ୍ରାୟୋଜିତ ଏହି ଚଳଚ୍ଚିତ୍ରର ଟ୍ରେଲର ଆଗାମୀ କାଲି ପ୍ରକାଶ ପାଇବ। ବସ୍ତିଅଞ୍ଚଳର ଶିଶୁମାନଙ୍କ ସାହସିକତା, ଆକାଂକ୍ଷା ଏବଂ ସ୍ୱପ୍ନ ସମୂହ ସହିତ ସେମାନେ ଦିନ ପ୍ରତିଦିନ ସମ୍ମୁଖୀନ ହେଉଥିବା ସମସ୍ୟା ଏଥିରେ ରହିଛି। ରଣବୀର ସୋରେ, ପାଉଲୀ ଦାମ ଏବଂ ଶିଶୁ ଅଭିନେତା ତଥାସ୍ତୁ ଏହାର ମୁଖ୍ୟ ଭୂମିକାରେ ରହିଛନ୍ତି। ସ୍ୱଚ୍ଛ ଭାରତ ପାଇଁ ଏଥିରେ ବାର୍ତ୍ତା ରହିଥିବା ବେଳେ ବସ୍ତିବାସିନ୍ଦା ଶିଶୁମାନଙ୍କର ନିଜସ୍ୱ ଶୌଚାଳୟ ନିର୍ମାଣ ଲକ୍ଷ୍ୟ ଚଳଚ୍ଚିତ୍ରରେ ସ୍ଥାନ ପାଇଛି। ଆଇ ଆମ୍ କାଲାମ, କୌନ କିତ୍ନେ ପାନି ମେ ଭଳି ଚଳଚ୍ଚିତ୍ର ପାଇଁ ଦେଶ ବିଦେଶରେ ପୁରସ୍କୃତ ପଦ୍ମଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶିତ ହଲ୍କା ପୋଲାଣ୍ଡ କିନୋଲୁ୍ୟ ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଗ୍ରାଣ୍ଡ ପ୍ରିକ୍ସ ମଣ୍ଟି୍ରଲ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବରେ ମଧ୍ୟ ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ପାଇଥିଲା। ଶିବ ନାଦର ପ୍ରତିଷ୍ଠାନ ଦ୍ୱାରା ଉପସ୍ଥାପିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ପଦ୍ମଶ୍ରୀ ପଣ୍ଡା ଏବଂ ଅକ୍ଷୟ ପରିଜାଙ୍କ ସହଯୋଗରେ ରୋସନୀ ନାଦ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top