ମୁକୁନ୍ଦ ମିଶ୍ର ନଗର ପୁରସ୍କାର ବିତରଣ ଉତ୍ସବ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଡାଃ ମୁକୁନ୍ଦ ମିଶ୍ରନଗରର ବାର୍ଷିକ କ୍ରୀଡ ପୁରସ୍କାର ବିବତଣ ଉତ୍ସବ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ନଗରର ସଭାନତି ଜଗଦାନନ୍ଦ ମିା୍ର ଉତ୍ସବରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ଦେବା ସହ ନଗର ସଂର୍ପକରେ ସମ୍ୟକ ସୂଚନା ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ କହିଲେ ଯେ ନଗରବାସୀନ୍ଦାମାନେ ସମୟାନବର୍ତି ଓ ଶହନଶୀଳ ହେବା ଦରକାର। ସ୍ୱଦେଶୀ ଚିନ୍ତାଧାରାକୁ ନେଇ କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଥିଲେ। ଶିକ୍ଷାବିତ ରଘୁନାଥ ପାଢୀ ଓ ନାରାୟଣ ବରାଳ ସମ୍ମାନୀତ ଅତିଥୀ ଭାବେ ଯୋଗଦଇ କହିଲେ ନଗର ବାସିନ୍ଦା ମଧ୍ୟରେ ଏକତା ବଜାୟ ରହୁ। କ୍ରୀଡା ଦ୍ୱାରା ମାନସିକ ଚେତନାର ବିକାଶ ସମ୍ଭବ। ନଗରରେ ଭାଇଚାରା ବଜାୟ ରଖିବା ସହ ଏକ ସୈାନ୍ଦର୍ଯ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ।ନାଏବ ସରଂପଂଚ ଜୟଲକ୍ଷ୍ମୀ ଦେଇ, ଅଜୟ କୃଷ୍ଣ ଦାସ, ଓ ଦେବାଶୀଷ ଦାସ, ଉତ୍ସବରେ ମଂଚାସୀନ ଥିଲେ। ଏହି ଅବସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୂରସ୍କାର ବିତରଣ କରାଯିବା ସହ ଗରିବ ଲୋକମାନଙ୍କୁ କମ୍ବଳ ବଂଟନ କରାଯାଇଥିଲା। ନଗର କମିଟି ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *