ଘଟଗାଁ,୬/୯(ଓଡିଆପୁଅ/ଭବାନୀ ପ୍ରସାଦ) ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ପଂଚାୟତର ନିଜସ୍ୱ ଯୋଜନା ଆମେ ସ୍ୱାକ୍ଷର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଘଟଗାଁ ବିଡିଓ ତ୍ରିଲୋଚନ ମହାନ୍ତି ଓ ସମ୍ନାନୀତ ଅତିଥି ଭାବେ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଚିତରଞନ ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭରମ୍ଭ କରିଥିଲେ । ମୁକୁନ୍ଦପୁର ପାଟଣା ପଂଚାୟତର ସମସ୍ତ ଜନସାଧାରଣଙ୍କୁୁ ସ୍ୱାକ୍ଷର କରାଇବା ଉଦେଶ୍ୟ ନେଇ ପଂଚାୟତର ଏହି ଯୋଜନା ଶୁଭାରମ୍ଭ ହୋଇଛି । ଏହି ଯୋଜନା ଜରିଆରେ ଗାଁ ଗାଁ ବୁଲି ନିରକ୍ଷର ଲୋକ ମାନଙ୍କୁ ସର୍ବନିମ୍ନ ଶିକ୍ଷା ପ୍ରଦାନ ସହିତ ଦସ୍ତଖତ ଶିକ୍ଷା ଦେବା ଏହାର ମୁଳଲକ୍ଷ୍ୟ । ପଂଚାୟତ ଅଧିନରେ ଥିବା ଗ୍ରାମଗୁଡିକରୁ ଆସୁଥିବା ନିରକ୍ଷର ଜନସାଧାରଣ ଏହି ଯୋଜନା ଜରିଆରେ ସାକ୍ଷର ହେବା ସହିତ ସେମାନଙ୍କର ମୌଳିକ ଅଧିକାର ବାବଦର ସଚେତନ ହୋଇପାରିବେ ବୋଲି ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ ପ୍ରକାଶ କରିଛନ୍ତି । ତେବେ ପଂଚାୟତର ଏହି ନିଜସ୍ୱ ଯୋଜନାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପଂଚାୟତ ପରାମର୍ଶ ଦାତା ସଂଞୟ କୁମାର ମିଶ୍ର, ପଂଚାୟତ ବିଚାର କମିଟି ସଦସ୍ୟ ଦିଲୀପ ମିଶ୍ର, ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ ଉପସ୍ଥିତ ରହି ଯୋଜନା ବାବଦରେ ଦିଗଦର୍ଶନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପଂଚାୟତର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
