‘ମୁଁ ହିରୋ’ ପ୍ରଜ୍ଞାପନ ମେଢ଼ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି

ସମ୍ବଲପୁର, ୩୧/୮(ଓଡ଼ିଆ ପୁଅ)- – ବିଜୁ ଯୁବବାହିନୀ ପକ୍ଷରୁ କଟକ ଠାରୁ ବାହାରିଥିବା ‘ମୁଁ ହିରୋ’ ପ୍ରଜ୍ଞାପନ ରଥ ଆସନ୍ତା ମାସ ୨୩ ତାରିଖ ଦିନ ସମ୍ବଲପୁର ଠାରେ ପହଞ୍ଚିବ। ଏହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଳାର ସମସ୍ତ ବ୍ଲକ ପରିକ୍ରମା କରିବ। ଜିଲ୍ଲାରେ ଏହି ଅଭିଯାନର ସଫଳ କାର୍ଯ୍ୟକାରିତା ପାଇଁ ଆଜି ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଥିଲେ। ଗତକାଲି ଏହି ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ ଘାଟନ କରିଥିଲେ। ଏଥିରେ ଅତିରିକ୍ତ ଏସପି ଅମରେନ୍ଦ୍ର ରଣା, ଶିକ୍ଷାନବିସ ଆଇଏଏସ୍ ଆଶିଷ ପାଟିଲ, ସମସ୍ତ ୯ଟି ଯାକ ବ୍ଲକର ବିଡ଼ିଓ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଉପେନ୍ଦ୍ର କୁମାର ଶତପଥୀ, ବାହିନୀର ସଂଯୋଜକ କାବିସ ଅଗସ୍ତି, ମହାନଗର ନିଗମ ଶାଖା ସଂଯୋଜକ ବାଣୀ ମହାପାତ୍ର, ସମସ୍ତ କୋଚ, ବିଭିନ୍ନ କଲେଜର ଅଧ୍ୟକ୍ଷମାନେ ଯୋଗଦେଇ ଅଭିଯାନର ସଫଳତା ସକାଶେ କାର୍ଯ୍ୟସୂଚୀ ନିରୂପଣ କରିଥିଲେ।

ରାଜ୍ୟରେ ଯୁବସେବା ସମ୍ପର୍କୀତ ଓଡ଼ିଶା ରାଜ୍ୟ ଯୁବନୀତି ୨୦୧୩ ପରିପ୍ରେକ୍ଷୀରେ ବିଜୁ ଯୁବ ସଶକ୍ତିକରଣ, ଦକ୍ଷତା ବିକାଶ, ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି, ଯୁବତୀ ମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଭୃତି ଯୋଜନା କାର୍ଯ୍ୟକାରୀ କରାଯାଉଛି। ରାଜ୍ୟର ଯୁବବର୍ଗଙ୍କ ସାମର୍ଥ୍ୟ ଓ ଯୋଗ୍ୟତାର ବିକାଶକୁ ଦୃଷ୍ଟିରେ ରଖି ପ୍ରକୃତ ହିରୋର ମାନ୍ୟତା ମିଳିପାରୁଛି। ଏବେ ଆରମ୍ଭ ହୋଇଥିବା ବିଜୁ ଯୁବବାହିନୀ ଯୁବକମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ଓ ଜାତୀୟତା ବୋଧର ବିକାଶ ପାଇଁ ‘ମୁଁ ହିରୋ’ ଅଭିଯାନ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *