ଓଡ଼ିଶା

“ମୁଁ ହିରୋ” କୁ ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ? ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କର ଅଭିଭାଷଣ

ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ବିଜୁ ଯୁବବାହିନୀର ବନ୍ଧୁମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ।। ଆଜି ଆପଣମାନଙ୍କୁ ସାଥିରେ ନେଇ ମୁଁ ହିରୋ – ମୁଁ ଓଡ଼ିଶା ଅଭିଯାନର ଶୁଭାରମ୍ଭ କରି ମୁଁ ବହୁତ ଖୁସି।

ଓଡିଶା ବୀର ମାଟି। ଏ ମାଟିର ସନ୍ତାନ ମାନେ ଓଡିଆ ସ୍ବାଭିମାନ ଓ ଗୌରବ ପାଇଁ ସବୁବେଳେ ସଂଗ୍ରାମ କରିଆସିଛନ୍ତି। ଆମର ପ୍ରତି ଗାଁ, ପ୍ରତି ସହର ଓ ପ୍ରତି ଘରେ ଗୋପବନ୍ଧୁ ଅଛନ୍ତି। ମଧୁବାବୁ ଅଛନ୍ତି। ବିଜୁବାବୁ ଅଛନ୍ତି। ଧର୍ମପଦ ଅଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଲା ପ୍ରତି ଲୋକ ଭିତରେ ଥିବା ପ୍ରତିଭାକୁ identify କରିବା। Recognition ଦେବା।। ସେ ଡାକ୍ତର ହୁଅନ୍ତୁ, ବା ଇଞ୍ଜିନିୟର, ବା ଶିକ୍ଷକ, ବା ଜଣେ ଚାଷୀ ବା ଜଣେ ସାଧାରଣ ମହିଳା। ସମାଜ ପ୍ରତି ଏମାନଙ୍କ ଅବଦାନକୁ recognition ଦେବା ଆମର ଲକ୍ଷ୍ୟ। ସାଧାରଣ ଲୋକଟିଏ ମଧ୍ୟ ବହୁତ ବଡ କାମ କରିଥାଏ। They are the silent workers. Real Heros. ଖୁସିର କଥା, ଆଜି ସେହିପରି କିଛି achiever ଆମ ସାଥିରେ ଅଛନ୍ତି। ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। You people are the real inspiration for society: You are the real change agents. ଆପଣମାନଙ୍କର ସମସ୍ତଙ୍କର ମିଳିତ ଉଦ୍ୟମ ହିଁ ଓଡିଶାର ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବ।
ବନ୍ଦେ ଉତ୍କଳ ଜନନୀ (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top