ଜିଲ୍ଲା ପରିକ୍ରମା

“ମୁଁ ହିରୋ” କାରାଭାନ ସ୍ୱାଗତ ନିମନ୍ତେ ପ୍ରସ୍ତୁତି ବୈଠକ

ଦେବଗଡ଼ ୨୧-୦୮ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଅନ୍ତର୍ଗତ ରାଜ୍ୟ ଯୁବମଙ୍ଗଳବୋର୍ଡ ଆନୁକୂଲ୍ୟରେ ଆରମ୍ଭ କରାଯାଉଥିବା “ମୁଁ ହିରୋ”ଅଭିଯାନ ପରିପ୍ରେକ୍ଷୀରେ ଏକ ସଚେତନତା କାରାଭାନ ଆସନ୍ତା ଅଗଷ୍ଟ ୨୭ ତାରିଖ ଦିନ ଭୁବନେଶ୍ୱରଠାରେ ଶୁଭାରମ୍ଭ କରାଯିବ। ଏହି କାରାଭାନ ଅଗଷ୍ଟ ୨୮ ତାରିଖ ଦିନ ସଂଧ୍ୟାରେ ଦେବଗଡରେ ପହଁଚିବାର କାର୍ଯ୍ୟକ୍ରମ ରହିଛି। ଏହି କାରାଭାନର ସ୍ୱାଗତ ଏବଂ ଅଭିଯାନ ସଂପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଅନୁପମା ଜେମ୍ସ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଭିନସେଣ୍ଟ ପୂନମ କାନ୍ତ ଏକ୍କାଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ କାରାଭାନର କାର୍ଯ୍ୟସୂଚୀ ଉପରେ ସୂଚନା ଦେଇଥିଲେ। ସୂଚନାନୁଯାୟୀ ୨୮ ତାରିଖ ଦିନ ସଂଧ୍ୟାରେ କାରାଭାନ ଦେବଗଡରେ ପହଁଚି ରାତ୍ର ରହଣୀ କରିବ। ୨୯ ତାରିଖ ଦିନ ସକାଳେ କଲେକ୍ଟରେଟଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ପରେ ପୈାରାଂଚଳର କେତୋଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ପରେ ରିଆମାଳ ଅଭିମୁଖେ କାରାଭାନ ବାହାରି ସେହିଦିନ ରିଆମାଳର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେହିପରି ୩୦ ତାରିଖ ଦିନ ତିଲେଇବଣି ଏବଂ ୩୧ ତାରିଖ ଦିନ ବାରକୋଟ ବ୍ଲକ ପରିକ୍ରମା କରି ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଜିଲ୍ଲାପାଳ ଶ୍ରୀ ସାମଲ ବ୍ଲକମାନଙ୍କରେ କାରାଭାନ ପରିକ୍ରମାର କାର୍ଯ୍ୟସୂଚୀ କ୍ଲଷ୍ଟରଭିତିରେ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଯେଭଳି ଅଧିକରୁ ଅଧିକ ଜନସାଧାରଣ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ କହିଥିଲେ। ସୂଚନାଯୋଗ୍ୟ ଯେ, ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରତ୍ୟେକ ସ୍ଥାନରେ ସଂପୃକ୍ତ ଅଂଚଳର ବଛାଯାଇଥିବା “ମୁଁ ହିରୋ” ମାନଙ୍କୁ ସମ୍ମାନିତ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top