ଓଡ଼ିଶା

ମୁଁ ନାବାଳିକା ବାହା ହେବିନାହିଁ ପାଠ ପଢିବି ଚାକିରୀ କରିବି ଆଜ୍ଞା : ଛାତ୍ରୀ

ରାୟଗଡା ତା-୨୨/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ମୁଁ ନାବାଳିକା ବାହା ହେବିନାହିଁ ପାଠ ପଢ଼ିବି ଚାକିରୀ କରିବି ଆଜ୍ଞା ବୋଲି ଅନୁରୋଧ କରି କହୁଥିଲା କରୁଣ ସ୍ଵରରେ ନାବାଳିକା। ଆଦିବାସୀ ସମ୍ପ୍ରଦାୟର ଏହି ଝିଅ ପିଲାଟି ଦିନରୁ ନିଜ ମାଁ ଛେଉଣ୍ତ । ଗତ ତିନି ବର୍ଷ ତଳେ ବାପା ମଧ୍ୟ ଏକୁଟିଆ କରିଦେଲେ। ଭାଗ୍ୟ କୁ ଆଦରି ଗାଁ ଲୋକ ଭରସାରେ କିଛି ଦିନ ପରେ ନାକିଟି ଗ୍ରାମର ପଦ୍ମାବତୀ ହିଆଲ ନାମକ ମହିଳା ଏହି ଅନାଥ ଝିଅର ଦେଖାରଖା କରି ଆସୁଥିଲେ। ବର୍ତ୍ତମାନ ବାଳିକା ଜଣକ ୧୪ବର୍ଷ ହୋଇଥିବା ବେଳେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଝିଅଟି ଅଭିଯୋଗରେ ଲେଖିଅଛି ଯେ ସେ ବଡ ହେବା ପରେ ପଦ୍ମାବତୀ ନିଜ ସମ୍ପର୍କିତ ଭଣଞ୍ଜା ଜେକେ ପୁର ଗ୍ରାମର ବାବୁଲା ନାଏକଙ୍କ ସହ ବିବାହ କରିବାକୁ ମନସ୍ଥ କରି ନାବାଳିକା ଝିଅ ଉପରେ ଚାପ ପକାଇ ବାରେ ଲାଗିଲେ। ପାଠ ପଢିବାକୁ ଚାହୁଁଥିବା ଏହି ଝିଅ ପ୍ରତିବାଦ କରିବା ପରେ ପାଳିତ ମା ନିଜ ଜିଦରେ ଅଟଳ ରହିବାରୁ କଥା ଆସିଲା ଗ୍ରାମର କିଛି ଲୋକଙ୍କ ପାଖକୁ ସେମାନେ ଗ୍ରାମରେ ବସି ବୈଠକ କରି କଥାଟିକୁ ଅଟକି ଦେବାପାଇଁ ପ୍ରୟାସ କରିଥିଲେ। କିନ୍ତୁ ଏହି ବୈଠକରେ ଆଲୋଚନା ସଫଳ ହେଲାନାହିଁ। ଶେଷରେ କଥାଟି ଆସିଲା କିଛି ଗଣମାଧ୍ୟମ ଭାଇଙ୍କୁ ଦେଖି ନିଜ ଗୁହାରୀ କହିବା ସହ ଆଜ୍ଞା ମୁଁ ପାଠ ପଢିବି ବାହା ହେବିନି ଏମିତି ଅନେକ କଥା କହି ଆଖିରୁ ଲୁହ ପୋଛି କଥା କହୁଥିଲା। ପୂର୍ବରୁ ମା ପଦ୍ମାବତୀ ବାରମ୍ବାର ବାହା କରାଇ ଦେବାକୁ ବାଧ୍ୟ କରି ଆସୁଥିଲେ। ତେବେ ଝିଅ ବେଳକୁ ବେଳେ ମା କଥାକୁ ଟାଳି ଆସୁଥିଲା। ଦିନକୁ ଦିନ ବିବାଦ ବଢିବାରେ ଲାଗିଲା। ଝିଅଟି ୧୦ମ ଶ୍ରେଣୀ ପଢିବା ପରେ ମା ଯେଉଁଠି କହିବ ସେଠାରେ ବାହା ହେବି ବୋଲି ବୁଝାସୁଝା ପରେ ମଧ୍ୟ ମା ଉପରେ କୈଳାସ ପ୍ରଭାବ ପଡିଲା ନାହିଁ। ଝିଅ ବାରମ୍ବାର ବାହାହେବାକୁ ମନା କରିବା ପରେ ପାଳତ ମା ସହ ବାବୁଲା ନାଏକ, ସରୋଜିନୀ ନାଏକ, ଶାନ୍ତି ଖରା, ବୁଦୁରି ଖରା, ଲକ୍ଷ୍ମୀ ନାଏକ,ସୀମନା ଖରା ଓ ଶାନ୍ତି ଖସଲା ଦିନ ଦିପହରେ ଆସି ନାକିଟି ଗ୍ରାମର ଝିଅର ଘରର ସମସ୍ତ ଆସବାବପତ୍ର ଓ ଜନ୍ମ ଦେଇଥିବା ପିତ୍ରୁ ଅଜିତ ସମ୍ପତ୍ତି ଜୋର ଜବରଦସ୍ତ ଉଠାଇ ନେଇଗଲେ।ପରେ ବିବାହ କରିବାକୁ ବାଧ୍ୟ କରିବା ସହ ଗାଁ ଦାଣ୍ଡରେ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲେ। ସେଥିକିରେ ଅତ୍ଯାଚାର କମିନଥିଲା । ସଭିଏଁ ଏକାଠି ହୋଇ ଝିଅକୁ ନିସ୍ତୁକ ମାଡମାରି ଥିଲେ। ଆଉରି ପାଳିତ ମା କଥା ନମାନିଲେ ତତେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ଏହି ସମସ୍ତ ତଥ୍ୟ ଝିଅଟି ଏତଲା ରେ ଉଲ୍ଲେଖ କରିଛନ୍ତି। ପାଳିତ ମା ର ଅତ୍ଯାଚାର ବିରୁଦ୍ଧରେ ଗ୍ରାମର କିଛି ଭଦ୍ରବ୍ୟକ୍ତି ଝିଅକୁ ସାହାଯ୍ୟ କରିବା ପାଇଁ ଥାନାକୁ ଆସିଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏ ନେଇ ରାୟଗଡା ଥାନାରେ ମାମଲା ରୁଜ୍ଜୁ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top