ଜିଲ୍ଲା ପରିକ୍ରମା

ମୁଁ ଓଡ଼ିଶା, ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାହାନଗା/ବାଲେଶ୍ୱର, ୦୯/୦୯(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସ୍ଥିତ ଗୋପାଳପୁର ମହାବିଦ୍ୟାଳୟରେ ମୁଁ ଓଡ଼ିଶା ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ସଭାରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ନରେଶ ଚନ୍ଦ୍ର ପାଢୀ। ମୁଖ୍ୟ ଅତିଥିଭାବେ ଅଲଓଡ଼ିଶା ବିଜୁ ଯୁବବାହୀନିର ସଭାପତି ଅରୁଣ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା, ନୀଳଗିରି ବିଧାୟକ ଇ. ସୁକାନ୍ତ ନାୟକ, ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଯୋଗ ଦେଇ ଯୁବ ବାହୀନି ଆଗାମୀ ଦିନର ଭବିଷ୍ୟତ, ସେମାନେ ଶୃଙ୍ଖଳିତ ଭାବରେ ରାଜ୍ୟକୁ ଶକ୍ତ ସରକାର ଗଠିନ କରିବାର ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ବକ୍ତବ୍ୟରେ କହିଥିଲେ। ଏଥିରେ ବାହାନଗା ତହସିଲଦାର ଦେବଯାନୀ ଭୂୟାଁ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ବାହାନଗା ଏବିଡ଼ିଓ ମାନସ ଚୌଧୂରୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ଯୋଗେଶ ଚନ୍ଦ୍ର ପତି, ଯୁବନେତା ଅଶ୍ୱନୀ ମହାପାତ୍ର, ସମିତି ସଭ୍ୟା ତୁଷାରକାନ୍ତି ମହାପାତ୍ର, ଶିଶିର ଅଗସ୍ତି, ତପନ ରାଉତ, ବ୍ଲକ ବିଜେଡ଼ି ହରିଜନ ମୋର୍ଚ୍ଚା ସଭାପତି ନୀଳାମ୍ବର ମହାଳିକ, ବିଜୟ କୁମାର ସାହୁ ଦଳୀୟ ୨୪ଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ୱାର୍ଡ଼ସଭ୍ୟ/ସଭ୍ୟା ଯୋଗ ଦେବା ସହ ଶତାଧିକ ବିଜୁ ଯୁବବାହୀନି ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top