ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ)
ଓଡ଼ିଆଣି ମୁହିଁ ଓଡ଼ିଆଣି
ଓଡ଼ିଆ ପୁଅର ମନ ଜାଣି
ଟାଣିଦିଏ ମୁହିଁ ଲମ୍ବା ଓଢଣୀ,,
କରେ ମୁଁ ତା ପାଇଁ ବ୍ରତ ଓଷା
ଲଷ୍ମୀ ମା’ଙ୍କର ମାଣ ବସା,
ଏଣ୍ଡୁରି ଆରିସା କାକରା ପିଠା
ଲବଙ୍ଗ ପାନେ କରେ ପାଟି ମିଠା,,,
କହେ ନାହିଁ କେବେ କଟୁ କଥା
ଓଡ଼ିଆଣି ମୁହିଁ ଓଡ଼ିଆଣି
ଓଡ଼ିଆ ପୁଅର ମନ ନିଏ କିଣି,
ହସିଦେଲେ ମୁହିଁ ମହୁ ଝରେ
ରାଗ ଉଡିଯାଏ ମୋ ହସରେ
କଣେଇ କଣେଇ ଚାହିଁ ଦେଲେ
ଛାତି କରଟି ହୋଇ ଯାଏ ତାରେ,,,
ପାଗଳ ସେ ପୁଣି ହୋଇଯାଏ
ନୁପୁରର ରୁଣୁ ଝୁଣୁ ତାଳେ
ଓଡ଼ିଆଣି ମୁହିଁ ଓଡ଼ିଆଣି
ଓଡ଼ିଆ ପୁଅର ମୁଁ ହୃଦୟ ରାଣୀ,,,,
ସମ୍ଭାବନା ନାହିଁ ହ।ରିବାରେ
ସବୁ କଥାରେ ମୁ ଜିତିପାରେ
ଦୁଇପଟ ସଙ୍ଖା ଆଉ ଟୋପେ ସିନ୍ଦୁର
କରିଦିଏ ମତେ ଅତି ସୁନ୍ଦର
ତା ସଙ୍ଗେ ପ୍ରେମ ଭାବର ହସ
ଓଡ଼ିଆ ପୁଅକୁ କରଇ ବସ
ଓଡ଼ିଆଣି ମୁହିଁ ଓଡ଼ିଆଣି
ଜଗତ ଜିତା ମୁଁ ପକା ବିନ୍ଧାଣି,,,।।
“ଜଗତସିଂହପୁର ଲେଖିକା ସଂସଦ” ର ସଭାପତି

Loading...