ଓଡ଼ିଶା

# ମି ଠୁ ପ୍ରଭାବ: ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ଅନୁ ମଲିକ ‘ଇଣ୍ଡିଆନ୍ ଆଇଡଲ’ରୁ ହଟିଲେ

ନୂଆଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ଅନୁଭବୀ ଏବଂ ବରିଷ୍ଠ ସଂଗୀତଜ୍ଞ ଅନୁ ମଲିକ ରବିବାରଦିନ କହିଲେ କି ସେ ସିଙ୍ଗିଙ୍ଗ ରିୟଲିଟୀ ଶୋ ‘ଇଣ୍ଡିଆନ୍ ଆଇଡଲରୁ ବ୍ରେକ ନେଇଛନ୍ତି।’

ଏକ ବୟାନରେ ମଲିକ କହିଛନ୍ତି କି ସେ ଏହି କାର୍ଯ୍ୟକ୍ରମରୁ ନିଜକୁ ହଟାଇ ନେବାକୁ ନିଷ୍ପତି ନେଇଛନ୍ତି। କାରଣ ସେ ନିଜର କାମ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରୁ ନାହାଁନ୍ତି। ସେ ବହୁ ପୂର୍ବରୁ ଇଣ୍ଡିଆନ୍ ଆଇଡଲର ଜଜ ପ୍ୟାନେଲରେ ରହି ଆସୁଛନ୍ତି। କୁହାଯାଇପାରେକି ମଲିକ କହିଛନ୍ତି, ‘ମୁଁ ଇଣ୍ଡିଆନ୍ ଆଇଡଲରୁ ବ୍ରେକ ନେବାପାଇଁ ନିଷ୍ପତି ନେଇଛି କାରଣ ମୁଁ ନିଜ କାମ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରୁ ନାହିଁ। ଚ୍ୟାନେଲ୍ ମଧ୍ୟ ଏହା ଉପରେ ରାଜି ଅଛି। ଧନ୍ୟବାଦ।’

ସଂଗୀତଜ୍ଞଙ୍କର ଏହି ପ୍ରତିକ୍ରିୟା ସେବେ ଆସିଲା, ଯେତେବେଳେ ସୂତ୍ରରୁ ଜଣାପଡ଼ିଲା କି ସୋନୀ ଟିଭି ତାଙ୍କୁ ‘ଇଣ୍ଡିଆନ୍ ଆଇଡଲ ୧୦’ ର ଜଜ ପ୍ୟାନେଲରୁ ହଟାଇବା ପାଇଁ କହିଲା। ସୋନୀ ଏଂଟରଟେନମେଣ୍ଟ ଟେଲିଭିଜନ୍ ମଧ୍ୟ ଏକ ବିଜ୍ଞପ୍ତି ଜାରୀ କରି କହିଛି କି ସଂଗୀତଜ୍ଞ ଏବେ ଏହି କାର୍ଯ୍ୟକ୍ରମର ଅଂଶ ନୁହେଁ। କୁହାଯାଇପାରେଯେ, ଏହି କାର୍ଯ୍ୟକ୍ରମରେ ଏଥର ବିଶାଲ ଡଡଲାନୀ ଏବଂ ନେହା କକ୍କଡ଼ ମଧ୍ୟ ଜଜ ଭୂମିକାରେ ଅଛନ୍ତି।

ବୟାନରେ କୁହାଯାଇଛିଯେ, ଅନୁ ମଲିକ ଇଣ୍ଡିଆନ୍ ଆଇଡଲର ଜ୍ୟୁରୀ ପ୍ୟାନେଲର ଅଂଶ ନୁହେଁ। ଶୋ ନିଜର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଚାଲୁ ରହିବ ଏବଂ ଆମେ ଇଣ୍ଡିଆନ୍ ଆଇଡଲ ସିଜନ ୧୦ର ପ୍ରତିଭାମାନଙ୍କୁ ଜଜ କରିବା ପାଇଁ ବିଶାଲ ଏବଂ ନେହାଙ୍କ ସହିତ ଭାରତୀୟ ସଂଗୀତର କିଛି ବଡ଼ ନାମକୁ ଆମନ୍ତ୍ରିତ କରିବେ।

ଏହି ନିଷ୍ପତି ସେତେବେଳେ ନିଆ ଗଲା ଯେତେବେଳେ ଗାୟିକା ସୋନା ମୋହପାତ୍ର ଏବଂ ଶ୍ଵେତା ପଣ୍ଡିତ ମଲିକଙ୍କ ଉପରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲଗାଇଥିଲେ ଏବଂ ପରେ ଦୁଇ ଜଣ ନୂତନ ଗାୟିକା ମଧ୍ୟ ତାଙ୍କର ବିରୁଦ୍ଧରେ ଏହିପରି ଅଭିଯୋଗ ଲଗାଇଛନ୍ତି। ଅବଶ୍ୟ ମଲିକ କ୍ରମାଗତଭାବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

# ମି ଠୁ ପ୍ରଭାବ: ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ଅନୁ ମଲିକ ‘ଇଣ୍ଡିଆନ୍ ଆଇଡଲ’ରୁ ହଟିଲେ
Click to comment

Leave a Reply

Your email address will not be published. Required fields are marked *

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top