ଓଡ଼ିଶା

ମିଶନ ୧୨୦ର ସଫଳତା ନେଇ ଭଦ୍ରକରେ ବିଜେପିର ଦୁଇ ଦିନିଆ ମାରାଥନ ବୈଠକ ଯୋଗ ଦେଲେ ନବ ନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭାରତୀୟ ଜନତା ପାର୍ଟି ଗତ ଏପ୍ରିଲ ୧୪ ତାରିଖ ଠାରୁ ମଇ ୫ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଗ୍ରାମରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଗ୍ରାମ ସ୍ୱରାଜ ଅଭିଯାନ ଆରମ୍ଭ କରିଛି। ଏହି ଅବସରରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟର ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି ରାଜ୍ୟର ବିଭିନ୍ନ ଜିଲ୍ଳା ଗସ୍ତ କରି ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବା ସଂଗେ ସଂଗେ ମିଶନ ଓଡିଶା ୧୨୦+କୁ ସଫଳ କରିବା ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମହାନ୍ତିଙ୍କ ସହିତ ରାଜ୍ୟର ଅନ୍ୟତମ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ, ଭଦ୍ରକ ଜିଲ୍ଲା ପ୍ରଭାରୀ ମୋହନ ଚରଣ ମାଝୀ, ସୋମବାର ସନ୍ଧ୍ୟାରେ ଭଦ୍ରକରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ଜିଲ୍ଲା କାର୍ଯ୍ୟାଳୟରେ ଭଦ୍ରକ ପୌରପାଳିକାର ବିଜେପି ନେତାମାନଙ୍କ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଗାମୀ ପୌର ନିର୍ବାଚନ ସଂକ୍ରାନ୍ତୀୟ ଆଲୋଚନା ହୋଇଥିଲା। ମଙ୍ଗଳବାର ଭାଗବତ କଲ୍ୟାଣ ମଣ୍ଡପ ଠାରେ ପ୍ରଥମେ ଜିଲ୍ଳାର ବିସ୍ତାରକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଦଳର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସେହପରି ତୃତୀୟ ପର୍ଯ୍ୟାୟରେ କାର୍ଯ୍ୟକ୍ରମରେ ଶ୍ର୍ରୀ ଧଳଙ୍କ ସହିତ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ଜିଲ୍ଳା ପ୍ରଭାରୀ ମୋହନ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନବନ୍ଧୁ ପତି, ଡାକ୍ତର ପ୍ରଦିପ ନାୟକ, ଅନୁସୂଚିତ ଜାତି ରାଜ୍ୟ ଉପସଭାପତି ଶରତ ଦାସ ପ୍ରମୁଖଙ୍କୁ ନେଇ ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମଣ୍ଡଳ ସଭାପତି ଓ ମୋର୍ଚ୍ଚା ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ। ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚିତ ପ୍ରତିନିଧି, ମଣ୍ଡଳ ସଭାପତି ଓ ବିସ୍ତାରକମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନେତୃବୃନ୍ଦ ଗ୍ରାମ ସ୍ୱରାଜ ଅଭିଯାନ ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସଂଗେ ସଂଗେ ଦଳକୁ ବୁଥ୍ ସ୍ତରରୁ କ୍ରୀୟାଶୀଳ ଓ ଶକ୍ତିଶାଳୀ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top