ଓଡ଼ିଶା

ମିଶନ ୧୨୦+କୁ ସଫଳ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲା ବିଜେପି

ଭୁବନେଶ୍ୱର ତା ୦୧/୦୧ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟୀ ଆଗାମୀ ସାଧାରଣ ନିର୍ବାଚନରେ ୧୨୦ରୁ ଅଧିକ ସିଟ୍ରେ ବିଜୟ ଲାଭ କରିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ମିଶନ ୧୨୦+ ର ସଫଳତା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଛି ରାଜ୍ୟ ବିଜେପି। ଆଜି ବିଜେପି ତରଫରୁ ପୁରୀଠାରେ ପ୍ରଭୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ୧୨୧ଟି ଦୀପ ପ୍ରଜ୍ୱଳନ କରାଯାଇ ଆଶୀର୍ବାଦ ଭିକ୍ଷା କରାଯାଇଛି।

ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପୁରୀ ଜିଲ୍ଲା ସଭାପତି ଶ୍ରୀ ପ୍ରଭଞ୍ଜନ ମହାପାତ୍ର, ପୁରୀ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ, କୃଷ୍ନଚନ୍ଦ୍ର ପଣ୍ଡା, ଜ୍ୟୋତି ମହାପାତ୍ର, ଉମାକାନ୍ତ ନାୟକ, ନାରାୟଣ ପାତ୍ର ପ୍ରମୁଖ ଆଜି ସଂଧ୍ୟାରେ ଶ୍ରୀ ମନ୍ଦିର ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top