ମିଶନ ପବ୍ଲିକ ସ୍କୁଲରେ ଗ୍ରୀଷ୍ମ କାଳୀନ ଶିବିର ଉଦ୍ଘାଟିତ

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚରମ୍ପା ସ୍ଥିତ ମିଶନ ପବ୍ଲିକ ସ୍କୁଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଗ୍ରୀଷ୍ମ କାଳୀନ ଶିବିର ଉଦ୍ଘାଟିତ ହୋଇ ଯାଇଛି । ମିଶନ ଇଣ୍ଟରନ୍ୟାସ୍ନାଲର ଅଧ୍ୟକ୍ଷା ସାୟନ୍ତା ସ୍ୱରମାଳିନୀ ସାହୁ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ର ସାଧାରଣ ସମ୍ପାଦକ ରୋଟାରିଆନ ଶିଶିର ମିଶ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ କିଟ୍ସ ବିଶ୍ୱ ବିଦ୍ୟାଳୟର ସଦସ୍ୟା ଇଂ ତାନିୟା ମିଶ୍ର, ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ସୀତାକାନ୍ତ ଦାସ ଯୋଗ ଦେଇଥିଲେ । ମିଶନ ସ୍କୁଲର ପରିଚାଳନା କମିଟିର ଅଧ୍ୟକ୍ଷ ଇନ୍ଦ୍ରଜିତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହୋଇ ପରିବାର ଏବଂ ଦେଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଦେଶରେ ଏକ ସୁସ୍ଥ ପରିବେଶ ଗଠନ ଦିଗରେ ସମସ୍ତଙ୍କୁ ଚେଷ୍ଟିତ ହେବାକୁ କହିବା ସହିତ ପଲିଥିନକୁ ବର୍ଜନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ତାନିୟା ମିଶ୍ର ତାଙ୍କ ବକ୍ତବ୍ୟରେ ମିଶନ ସ୍କୁଲର ଗ୍ରୀଷ୍ମ କାଳୀନ ଶିବିର ଏକ ଅନନ୍ୟ ଉଦାହରଣ ବୋଲି କହିବା ସହିତ ବିଭିନ୍ନ ସମୟରେ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ଚିତ୍ରାଙ୍କନ, ତର୍କ, ସନ୍ତରଣ ସହିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ସୂଚନା ଦେଇଥିଲେ । ଉଦ୍ଘାଟକ ସାହୁ ତାଙ୍କ ବକ୍ତବ୍ୟରେ ମିଶନ ସ୍କୁଲ ଆଗକୁ ସାମାଜିକ କାର୍ଯ୍ୟ ପାଇଁ ବହୁତ କିଛି କାର୍ଯ୍ୟ ହାତକୁ ନେବ ବୋଲି କହିଥିଲେ । ଏହି ଶିବିରରେ ପାଶ୍ୱର୍ବର୍ତ୍ତୀ ୧୫ଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ସୀତାକାନ୍ତ ସାହୁ ଏଭଳି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷା ଫର୍ଜାନା ଖାତୁନ, ସୁଚରିତା ନାୟକ, ଶିକ୍ଷୟିତ୍ରୀ କ୍ରିପା ସୋମାଣି ସେଠ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *