ଅନୁଗୁଳ

ମିଶନ୍ ୧୨୦ ପାଇଁ ସବୁ ବୁଥ୍ ରେ ବିଜେପି ପକ୍ଷରୁ କାର୍ଯ୍ୟକ୍ରମ

ତାଳଚେର,୧୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ସାହାଙ୍କ ମିଶନ୍ ୧୨୦+ କୁ ନେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମ ସାରା ରାଜ୍ୟରେ ୩୬ ହଜାର ବୁଥ୍ ରେ କାର୍ଯ୍ୟକ୍ରମର ଆୟୋଜନ କରୁଥିବାବେଳେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏହି ପରିପ୍ରେକ୍ଷୀରେ ତାଳଚେର ବିଧାନସଭା କ୍ଷେତ୍ରର ସମସ୍ତ ୧୯୯ ଟି ବୁଥ୍ ରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକର୍ତା ସମ୍ମିଳନୀ କରୁଛନ୍ତି । ତାଳଚେର ପୌରମଣ୍ଡଳର ୨୧ଟି ୱାର୍ଡ଼ ତଥା ୨୭ଟି  ବୁଥ୍ ରେ ବିଜେପି କର୍ମକର୍ତାମାନେ କର୍ମୀ ସମ୍ମିଳନୀ କରୁଥିବାର ପରିଲକ୍ଷିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୱାର୍ଡ ନମ୍ବର ୧, ୩, ୧୧,୧୮, ୨୧ର ୬ଟି ବୁଥରେ ବୁଥସ୍ତରୀୟ କାର୍ଯ୍ୟକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏ ସମସ୍ତ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଶାସନରେ ବିକାଶ ଘରେ ଘରେ,ଏଥର ବିକାଶ ଓଡିଶାରେ ସମ୍ପର୍କିତ ସମସ୍ତ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ କର୍ମକର୍ତାଙ୍କୁ ବୁଝାଇବା ସଙ୍ଗେ ସଙ୍ଗେ ରାଜ୍ୟରେ ୧୮ବର୍ଷ ଧରି ଏକ ଅପାରଗ, ସ୍ଥାଣୁ ତଥା ଦାୟିତ୍ୱହୀନ ସରକାରରେ କିଭଳି ଭାବରେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ, ସ୍କୁଲ୍ରେ ମାଷ୍ଟର ନାହାନ୍ତି, ଅଫିସ୍ରେ କର୍ମଚାରୀ ନାହାନ୍ତି, କେବଳ ଯୋଜନାରେ ସୀମିତ ଥିବା ଏହି ରାଜ୍ୟ ସରକାରଙ୍କ ଅପାରଗତା ଉପରେ କାର୍ଯ୍ୟକର୍ତାଙ୍କୁ ବୁଝାଇଥିଲେ । ଏ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପର୍ଶୁରାମ ବାରିକ, ବିଭିନ୍ନ ଶକ୍ତି କେନ୍ଦ୍ରର ପ୍ରମୁଖ,ବୁଥ୍ ପ୍ରଭାରୀ, ବୁଥ୍ ସଭାପତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, କାଳନ୍ଦୀ ପ୍ରଧାନ, ମଣ୍ଡଳ ସଭାପତି ଯଶୋବନ୍ତ ଦାସ୍, ସାଧାରଣ ସମ୍ପାଦକ ନିରୋଦ୍ ଦାସ୍, ଅମୂଲ୍ୟ ପ୍ରଧାନ,ଶଙ୍କର୍ଷଣ ବେହେରା, ମହିଳା ନେତ୍ରୀ ସୁଫଳା ପୃଷ୍ଟି, ବରିଷ୍ଠ କାଉନସିଲର ଜିତେନ୍ଦ୍ର ଦାସ୍, ଶିବରାମ ନାୟକ,ରବିନ୍ଦ୍ର ସାହୁ, ସୁନିଲ ମଲ୍ଲ,ତୁଷାର କୁମାର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ବୁଥ୍ ରେ ଶତାଧିକ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ  ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top