ମିଳୁନି ଆବାସ ଯୋଜନା ଗୃହ : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ

ଚମ୍ପୁଆ ୮ ଜୁନ୍ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ବାରମ୍ବାର ଗୁହାରୀ କଲେ ମଧ୍ୟ ମିଳୁନି ଆବାସ ଯୋଜନା ଗୃହ। ଚମ୍ପୁଆ ବ୍ଲକ କୋଦଗାଡିଆ ପଞ୍ଚାୟତର ଚିମିଳା ଗାଁର ଶାନ୍ତନୁ ଓରାମ ଘର ଖଣ୍ଡକ ମରାମତି ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ। ମୂଲ ମଜୁରୀ ଲାଗି ଘର ଚଳାଉଥିବା ଶାନ୍ତନୁ ପକ୍ଷରେ ଘର ମରାମତି କରବାର ସାମର୍ଥ୍ୟ ମଧ୍ୟ ନାହିଁ। ଅଧା ଛପର ଭାଙ୍ଗିଯାଇଥିବା ଘରର ଅବସ୍ଥା ଚଳିତ ବର୍ଷା ଦିନରେ କିପରି ରହିବ କହିହେବ ନାହିଁ। ଏପରି ସ୍ଥିତିରେ ଆଶଙ୍କାରେ ଶାନ୍ତନୁର ପରିବାର ଅନ୍ୟ ପଟେ ତାଲିକାରେ ନାମ ନାହିଁ କହି ଚୁପ ବସିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ଦେଖିବାକୁ ବାକି ରହିଲା କେତେ ଦିନ ପରେ ଆସୁଛି ଶାନ୍ତନୁର ତାଲିକା କେବେ ମିଳିବ ତା କୁ ଆବାସ ଯୋଜନାରେ ଗୃହ।

Leave a Reply

Your email address will not be published. Required fields are marked *