ମିଳିମିଳା ରୋଗର ଟିକାକରଣ ପାଇଁ ବୈଠକ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକ ପ୍ରକୋଷ୍ଠ ଠାରେ ରାଷ୍ଠ୍ରିୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଅନୁଯାୟୀ ମିଳିମିଳା ଓ ଜର୍ମାନ ମିଳିମିଳା ଟୀକା କରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁୟାରୀ ୨୯ ତାରିଖ ଠାରୁ ଗଜପତି ଜିଲାରେ ଆରମ୍ଭ ହେବାକୁ ଥିବା ଏହି ମିଜେଲସ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ କିପରି ସଫଳତାର ସହ ଶେଷ ହେବ ଏବଂ ଏଥିପାଇଁ କେଉଁସବୁ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ ସେହି ବିଷୟରେ ଆଲୋଚନା ହୋଇଥିଲା। ଜିଲାର ବିଭିନ୍ନ ବ୍ଲକରୁ ରାଷ୍ଟ୍ରିୟ ବାଲ ସୁରକ୍ଷା କାର୍ଯ୍ୟକ୍ରମର ସଭ୍ୟମାନେ ଏହି ଟୀକାକରଣ କାର୍ଯ୍ୟକ୍ରମରେ କିପରି ଭୁମିକା ତୁଲାଇବେ ସେ ବିଷୟରେ ଆଲୋଚନା ହୋଇଥିଲା। ଏହା ସହିତ ସେମାନେ ସମସ୍ତେ ଏହି ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ରହିଥିବା ବିଭିନ୍ନ ପ୍ରଶିକ୍ଷଣ ଗ୍ରହଣ କରିବା ପାଇଁ କୁହାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲାରେ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ ପାଇଁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ.ପି.କେ ପାତ୍ର ଡଃ ପି.କେ ପାଢୀ, ଜିଲା ସ୍ୱାସ୍ତ୍ୟ ପ୍ରକଳ୍ପ କାର୍ଯ୍ୟକ୍ରମ ପରିଚାଳକ ମୃତ୍ୟୁଞ୍ଜୟ ମୁଣ୍ଡ, ସୁସାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *