ଜିଲ୍ଲା ପରିକ୍ରମା

ମିଳିମିଳା ଓ ରୁବେଲା ନିରାକରଣ ପାଇଁ ୫ ସପ୍ତାହ ବ୍ୟାପୀ ଟୀକାକରଣ

ସମ୍ବଲପୁର, ୨୦/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ମିଳିମିଳା ଓ ରୁବେଲା ରୋଗର ନିରାକରଣ ପାଇଁ ସ୍ୱତନ୍ତ୍ର ଟୀକାକରଣ ପଦକ୍ଷେପ ନିଆଯାଇଛି। ସମ୍ବଲପୁର ଜିଲାରେ ଜାନୁଆରୀ ୨୯ତାରିଖରୁ ମାର୍ଚ୍ଚ ୧୬ତାରିଖ ଯାଏଁ ୫ସପ୍ତାହ ପର୍ଯ୍ୟନ୍ତ ୯ମାସ ଶିଶୁ ଠାରୁ ଆରମ୍ଭ କରି ୧୫ବର୍ଷ ବାଳକ, ବାଳିକାମାନଙ୍କୁ ଟୀକା ଦିଆଯିବ ବୋଲି ବୁଧବାର ଜିଲା ମୁଖ୍ୟଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଡ଼ିଏମ୍‌ଓ ଡ଼ା.କଲ୍ୟାଣ କୁମାର ଗୁପ୍ତା କହିଛନ୍ତି। ଆଗରୁ ମିଳିମିଳା ରୋଗ ସଂକ୍ରାନ୍ତରେ ଟୀକାକରଣ କରାଯାଉଥିଲା। କିନ୍ତୁ ଏବେ ମିଳିମିଳା ଓ ରୁବେଲା ରୋଗର ଟୀକା ଦିଆଯିବ। ସମ୍ବଲପୁର ଜିଲାରେ ଟୀକାକରଣ ପ୍ରକ୍ରିୟାକୁ ଶତପ୍ରତିଶତ ଭାବେ ସଫଳ କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜିଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ଚିହ୍ନଟ କରାଯାଇଛି। ଟୀକାକରଣର ପ୍ରଥମ ଦୁଇ ସପ୍ତାହ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଟୀକା ଦିଆଯିବ। ଦ୍ୱିତୀୟ ଦୁଇ ସପ୍ତାହ ବିଭିନ୍ନ ବସ୍ତି ଓ ପଡ଼ାରେ ଟୀକା ଦିଆଯିବ। ଶେଷ ସପ୍ତାହରେ ବକେଆ ଥିବା ୧୫ବର୍ଷରୁ କମ୍‌ବାଳକ, ବାଳିକାମାନଙ୍କୁ ଟୀକା ଦିଆଯିବ। ସମ୍ବଲପୁର ଜିଲାର ମୋଟ୍‌୧୭୫୪ଟି ସ୍କୁଲର ୧ଲକ୍ଷ ୮୦ହଜାର ୬୪୧ଛାତ୍ରଛାତ୍ରୀ ବସ୍ତି ଓ ପଡ଼ା ଅଞ୍ଚଳର ୭୯, ୯୫୭ବାଳକ, ବାଳିକାମାନେ ଟୀକା ନେବେ। ଜିଲାରେ ମୋଟ୍‌୨ଲକ୍ଷ ୬୦ହଜାର ୫୯୮ଜଣ ବାଳକ, ବାଳିକାମାନେ ଟୀକାକରଣରେ ସାମିଲ ହେବେ। ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଟୀକାକରଣ ଅଭିଯାନ ସମୟରେ ସ୍ମୁଲରେ ମାଗଣାରେ ଏହି ଟୀକା ଦିଆଯିବ। ଏଥିରେ ଏଏନ୍‌ଏମ୍‌, ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀମାନେ ଟୀକା ଦେବେ। ଏହି ଟୀକା ନେଲେ କୌଣସି ପାର୍ଶ୍ୱ୍ରତିକ୍ରିୟା ଦେଖାଦେବନି। ବରଂ ମିଳିମିଳା ଓ ରୁବେଲା ରୋଗରୁ ମୁକ୍ତି ମିଳିବ। ସାମ୍ବାଦିକ ସମ୍ମିଳନୀରେ ଏଡ଼ିଏମ୍‌ଓ (ପରିବାର କଲ୍ୟାଣ) ଡ଼ା.କୁବେର ଚନ୍ଦ୍ର ମାହନ୍ତ, ଏଡ଼ିଏମ୍‌ଓ (ପିଏଚ୍‌) ଡ଼ା.ପଞ୍ଚାନନ ନାଏକ ଓ ଏଡ଼ିିଏଚ୍‌ସି ରୁନି ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ। ରୋଗର ଲକ୍ଷଣ-ଆଗରୁ ଭାରତରେ ରୁବେଲା ରୋଗ ନଥିଲା। ଏହା ଜର୍ମାନରୁ ଆସିଛି। ଏହା ଏକ ଭୂତାଣୁଜନିତ ରୋଗ। ଏହି ରୋଗ ଦ୍ୱାରା ଶିଶୁ ଅକର୍ମଣ୍ୟ ହୋଇଥାଏ। ତରଳ ଝାଡ଼ା, ନିମୋନିଆ ଓ ସଂକ୍ରମଣ ହେବା ସହ ରୋଗୀର ଅକାଳ ମୃତ୍ୟୁ ହୋଇଥାଏ। ଏହି ରୋଗ କାଶ ଓ ଛିଙ୍କ ଦ୍ୱାରା ସଂକ୍ରମିତ ହୋଇଥାଏ। ରୋଗୀର ମୁହଁ ଓ ଆଖି ନାଲି ହେବା ସହ ଚର୍ମ ଫୁଲିଯାଏ। ଗର୍ଭବତୀ ମହିଳା ରୁବେଲା ରୋଗରେ ପିଡ଼ୀତ ଥିଲେ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହେବାର ସମ୍ଭାବନା ଥାଏ କିମ୍ବା ଶିଶୁ ଜନ୍ମରୁ ଭିନ୍ନକ୍ଷମ ହୋଇଥାଏ। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top