ଓଡ଼ିଶା

ମିଳିମିଳା ଓ ରୁବେଲା ଟିକାକରଣ ଶୁଭାରମ୍ଭ

କେନ୍ଦ୍ରାପଡା ୩୦/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଜିଲ୍ଲାସ୍ତରୀୟ ମିଳିମିଳା ଓ ଜର୍ମାନ ମିଳିମିଳା (ରୁବେଲା) ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ବ କରାଯାଇଛି। କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁଜୀ ଅଧ୍ୟକ୍ଷତା କରିଥିଲେ। ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବୈଷ୍ଣବ ଚରଣ ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିର୍ଜାବାବର ବେଗ, ପ୍ରାକ୍ତନ ପୈାରପାଳ ଧୀରେନ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ଲୋକନାଥ ରଥ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ବ କରିଥିଲେ। ସୂଚନାଯୋଗ୍ୟ ଯେ ୯ମାସରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ଜିଲ୍ଲାର ୩ଲକ୍ଷ ୮୮ହଜାର ୨୬୧ ଜଣ ପିଲାଙ୍କୁ ଏହି ଟିକା ଦିଆଯିବ। ଜାନୁଆରି ମାସ ୨୯ ତାରିଖ ଠାରୁ ୫ସପ୍ତାହ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ସମସ୍ତ ସ୍କୁଲ୍, ଅଙ୍ଗନୱାଡି, ଗୋଷ୍ଠୀକେନ୍ଦ୍ର ତଥା ଏଥିରୁ ବାଦ୍ ପଡିଥିବା ପିଲାଙ୍କୁ ଏହି ଟିକାକରଣ କରାଯିବ। ଏଥିପାଇଁ ବ୍ୟାପକ ଜନସଚେତନତା ଓ ପ୍ରଚାର ପ୍ରସାର କରାଯାଇ ଏହି ଭୁତାଣୁରୁ ରକ୍ଷା ପାଇଁ ଜିଲ୍ଲାର ସମସ୍ତ ପିଲାଙ୍କୁ ଟିକାକରଣ କରାଯିବ ବୋଲି ଅତିଥିମାନେ କହିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ବାନାର୍ଜୀ,  କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀ ସୁକାନ୍ତ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top