ଜିଲ୍ଲା ପରିକ୍ରମା

ମିଳିତ ଶିକ୍ଷକ ମଞ୍ଚର ବିକ୍ଷୋଭ, ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓଡିଶା ମିଳିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ବିରାଟ ବିକ୍ଷୋଭ ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଦାବି ନେଇ ଏକ ଶେ ।ଭାଯାତ୍ରାରେ ଗାନ୍ଧି ପଡିଅ । ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚôଥିଲେ । ମଞ୍ଚର ମୁଖ୍ୟ ଅ ।ବାହକ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସଭା ଅନୁଷ୍ଠିତ ହେ ।ଇଥିଲା । ପରେ ଜିଲ୍ଲାପାଳଙ୍କ ଜରିଅ ।ରେ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଥିଲା । ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ଶିକ୍ଷକ ସଙ୍ଗଠନର ନେତୃବୃନ୍ଦ ଏବଂ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯେ ।ଗ ଦେଇଥିଲେ । ଗୁରୁଦିବସ ପୂର୍ବରୁ ଗୁରୁମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରି ସେମାନଙ୍କର ଦାବିକୁ ପୂରଣ କରା ନ ଗଲେ ଗୁରୁଦିବସ ଠାରୁ ଭଦ୍ରକ ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକଶିକ୍ଷୟିତ୍ରୀ ଡ୍ରେସକେ ।ର୍ଡକୁ ବର୍ଜନ କରିବା ସହିତ ଅ ।ସନ୍ତା ୬ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ଅ ।ନେ୍ଦ ।ଳନରେ ମିଳିତ ଶିକ୍ଷକ ସଙ୍ଗଠନ ପକ୍ଷରୁ ବିଧାନସଭା ଘେରାଉ କରାଯିବ ଏହି ଅ ।ନେ୍ଦ ।ଳନରେ ପ୍ରାଥମିକ ସଂଘର ରାଜେଶ କୁମାର ଦାସ, ନୀଳାଦ୍ରୀ ଭୂଷଣ ତ୍ରିପାଠୀ, ପ୍ରଶାନ୍ତ କୁମାର ବାରିକ, ଭଦ୍ରକ ଜିଲା କନିଷ୍ଠ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ଦାସ ଓ ସମ୍ପାଦକ ଅ ।ଲେ ।କ କୁମାର ମଲିକ, ଏଲିମେଣ୍ଟାରୀ ଟିଜି ଶିକ୍ଷକ ସଂଘର ସଂଗଠନ ସମ୍ପାଦକ ପ୍ରତାପ ଧୂପାଳ,ଏଲିମେଣ୍ଟାରୀ ଶିକ୍ଷକ ସଂଘ (ଏକ୍ସ କ୍ୟାଡ଼ର)ର ଭଦ୍ରକ ଜିଲା ସଭାପତି ଅର୍ନ୍ତଯ୍ୟାମୀ ନାୟକ, ସମ୍ପାଦକ ନିତ୍ୟାନନ୍ଦ ରାଉଳ ପ୍ରମୁଖ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top