ଜିଲ୍ଲା ପରିକ୍ରମା

ମିଳିତ ମଞ୍ଚର ଖଇରା ପଞ୍ଚାୟତ ସମିତି ସମ୍ମୁଖରେ ଧାରଣ ଓ ପ୍ରତିବାଦ ସଭା

ଖଇରା,୧୧/୯/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ଆଜି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସମ୍ମୁଖରେ ୭ ଦଫା ଦାବିକୁନେଇ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛ । ଦାବି ଗୁଡିକ ମଧ୍ୟରେ ୧) ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସରଭୁକ୍ତ କରାଯାଇ ଚାକିରୀ ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ଅନୁଦାନ ପ୍ରଦାନ କରାଯାଉ ।୨) ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ କରାଯାଉ ଏବଂ ୨୦୧୮ ଅନୁଦାନ ଆଇନରେ ୪୦,୬୦ ଓ ୭୫% ଦରମା ପାଉଥିବା ବିଦ୍ୟାଳୟର ଅନୁଦାନ ନିଦେ୍ର୍ଦଶ ପତ୍ର ସହିତ ବାର୍ଷିକ ଦରମା ବୃଦ୍ଧିକୁ ଯୋଗ କରାଯାଉ । ୩) ସରକାର ଦେଇଥିବା ପ୍ରତିଶ୍ରୃତି ଅନୁଯାଇ ୭ମ ବେତନ କମିଶନ ଲାଗୁକରାଯାଉ । ୪)ଅନୁଦାନ ଦେବା ଆଳରେ ସତ୍ୟପାଠ ଓ ଲିଖିତ ସୂଚନା ଦେବାପାଇଁ ହୋଇଥିବା ନିଦେ୍ର୍ଦଶ ନାମା ପ୍ରତ୍ୟାହାର କରାଯାଉ । ୫) ଅଧ୍ୟାପକ ମାନଙ୍କପାଇଁ ଲାଗୁହୋଇଥିବା ରୁସାନ୍ଇଡ ୍ଅର୍ଡରକୁ ପ୍ରତ୍ୟାହାର କରାଯାଉ । ୬) ନୂତନ ଅନୁଦାନପା୍ରପ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ଲାଗୁହୋଇଥିବା ଅନୁକମ୍ପାମୂଳକ ଇ.ପି.ଏଫ.ବାବଦ ଅର୍ଥ ତୁରନ୍ତ ପ୍ରଦାନ କରାଯାଉ । ୭) ସମସ୍ତ ସ୍କୁଲ କଲେଜର କାର୍ଯ୍ୟରତ ଶିକ୍ଷକ,ଅଧ୍ୟାପକ ଓ କର୍ମଚାରୀଙ୍କର ବକେୟା ଦରମା ତୁରନ୍ତ ପ୍ରଦାନ କରାଯାଉ ଓ ଚାକିରୀ କାଳକୁ ୬୨ ବର୍ଷକୁ ବୃଦ୍ଧି କରାଯାଉ ବୋଲି ଏହି ୭ଦଫା ସମ୍ବଳିତ ଦାବିପତ୍ରକୁ ବିଡିଓଙ୍କ ଜରିଆରେ ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ।

ଖଇରା ବ୍ଲକ ଶିକ୍ଷକ,ଅଧ୍ୟାପକ ଓ କର୍ମଚାରୀ ମିଳିତ ମଞ୍ଚର ଓଷ୍ଟା ସଭାପତି ମହେନ୍ଦ୍ର ପ୍ରସାଦ କବି,ଓଷ୍ଟା ସଂପାଦକ ଷଢାନନ ପାଣିଗ୍ରାହୀ,ବିଷ୍ଣୁ ପ୍ରସାଦ ମିଶ୍ର,ଆବାହକ ମଣ୍ଡଳି ସଂପାଦକ ରାଜେନ୍ଦ୍ର କୁମାର ଦାସମହାପାତ୍ର,ଆବାହକ ମଣ୍ଡଳି ସଦସ୍ୟ କୈଳାସ ଚନ୍ଦ୍ର ସେଣ୍ଢ,ବସନ୍ତ କୁମାର ସୁତାର,ରମେଶ ଚନ୍ଦ୍ର ପୁହାଣ,ଖଇରା କଲେଜର ଅଧ୍ୟାପକ ଆର୍ତ୍ତବନ୍ଧୁ ନାୟକ, ହରିଶ୍ଚନ୍ଦ୍ର ସଙ୍ଖୁଆ ,ଅର୍ଜୁନ ଚରଣ ଲେଙ୍କା,ନଛିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପତ୍ରୀ,ଗୋବିନ୍ଦପୁର ପଞ୍ଚାୟତ ଆଦର୍ଶ ସଂସ୍କୃତ ବିଦ୍ୟାଳୟ ବାରିକସାହିର ଶିକ୍ଷକ ବିଭୁତିଭୂଷଣ ତ୍ରିପାଠୀ ,ଗୌରାଙ୍ଗ ଚନ୍ଦ୍ର ଧର,ହରିହର ପତ୍ରୀ,ହରେକୃଷ୍ଣ ସାହୁ,ନିର୍ମଳରଞ୍ଜନ ସାମଲ,ଅଜୟ କୁମାର ପଲେଇ,ନିଧିରାମ ରାଉତ,ଲୋଭନ ଖାନ,ତ୍ରିଲୋଚନ ସେନାପତି,ବିଜୟ କୁମାର ବେହେରା,ବସନ୍ତ କୁମାର ଦାଶ,ନହଙ୍ଗ ମହିଳା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ଅନିତା ନାୟକ,ମିଟୁଆଣି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରିତାଞ୍ଜଳି ସାହୁ,ନୂଆଗାଁବଡ ବାଳିକା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ମହାନ୍ତି,ପୂର୍ବପଡା ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ସାବିତ୍ରୀ ବାରିକ,ସହକାରୀ ଶିକ୍ଷକ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଧାରଣା ଓ ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଆଜିକାର ଏହି ଧାରଣା ଓ ପ୍ରତିବାଦ ସଭାରେ ମହେନ୍ଦ୍ର ପ୍ରସାଦ କବି ସଭାପତିତ୍ୱ କରିଥିବାବେଳେ ପ୍ରାୟ ୩୦୦ରୁ ଉର୍ଦ୍ଧ ଶିକ୍ଷକ/ଶିକ୍ଷୟିତ୍ରୀ,ଅଧ୍ୟାପକ/ଅଧ୍ୟାପିକା,ଓ କର୍ମଚାରୀ ବୃନ୍ଦ ଧାରଣା ଓ ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top