ଓଡ଼ିଶା

ମିଳିତ ମଚଂର ଖାତା ମୂଲ୍ୟାୟନ ବର୍ଜନ

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : -ବୁଧବାର ଠାରୁ ଆରମ୍ଭ ହୋଇଛି +୨ ପରିକ୍ଷା ଖାତା ମୂଲ୍ୟାୟନ। ତେବେ ଖାତା ମୂଲ୍ୟାୟନକୁ ବର୍ଜନ କରିଛି ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଏସ୍ ଏସି ଏସ୍ କଲେଜ୍ ମୂଲ୍ୟାୟନ କେନ୍ଦ୍ର ଫାଟକ ନିକଟରେ ଧାରଣା ଦେବା ସହ ମୂଲ୍ୟାୟନ ବର୍ଜନ କରିଛନ୍ତି ମିଳିତ ମଞ୍ଚର ସଦସ୍ୟ। ମିଳିତ ମଚଂର ଆବାହକ ମହେନ୍ଦ୍ର ରଣସିଂହ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶଙ୍କର ସୁବୁଦ୍ଧି, ସୁକାନ୍ତ ବେହେରା, ସୁରଜ ସ୍ୱାଇଁ, ଦେବାଶିଷ୍ ଜେନା, ବିଶ୍ୱନାଥ ସୀମନ୍ତରାୟ ଦେବଦତ୍ତ ମିଶ୍ର, ସରୋଜିନୀ ମିଶ୍ର କୃଷ୍ଣ ଦାଶ, ଜାମିନି କାନ୍ତ ନାୟକ। ଶୈଳେନ୍ଦ୍ର ସେନାପତି, ମାନସ ରଂଜନ ସାମନ୍ତରାୟ, ବାଳକୃଷ୍ଣ ବାହିନୀପତି ଅଜୟ ମହାପାତ୍ରଙ୍କ ସମେତ ଶତାଧିକ ଶିକ୍ଷକ ଅଧ୍ୟାପିକା ଏହି ଧାରଣାରେ ସାମିଲ୍ ହୋଇଛିନ୍ତି। ଅଧ୍ୟାପକମାନଙ୍କ ଉପରେ ଲଦି ଦିଆଯାଇଥିବା ବେଆଇନ୍ ସତ୍ୟପାଠକୁ ପ୍ରତ୍ୟାହାର କରିବା ସରକାର ମଞ୍ଚର ମାନି ନେଇଥିବା ଦାବିକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ଏକ ଅନଭିଜ୍ଞ ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ଦ୍ୱାରା ଖାତା ମୂଲ୍ୟାୟନକୁ ବନ୍ଦକରିବା ଦାବିରେ ମଞ୍ଚ ପକ୍ଷରୁ ଏହି ଧାରଣା ଦିଆଯିବା ସହ ମୂଲ୍ୟାୟନ ବର୍ଜନ ପକ୍ଷରୂ ଏହି ଧାରଣା ଦିଆଯିବା ସହ ମୂଲ୍ୟାୟନ ବର୍ଜନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top