ଓଡ଼ିଶା

ମିଳିତ ବି.ଏଡ୍ ଶିକ୍ଷକଙ୍କ ଧାରଣା ପଞ୍ଚମ ଦିନରେ ପହଞ୍ଚିଲା: ତଥାପି ସରକାର ନିଦାଃବିଷ୍ଣୁ

ଭୁବନେଶ୍ୱର, ତା ୨୫ା୩ (ଓଡ଼ିଆ ପୁଅ) : ଟି.ଜି.ଟି. ମାନ୍ୟତା ଓ ବେତନ ମୂଳ ଦରମା ୯, ୩୦୦/- ଟଙ୍କା ସହ ଗ୍ରେଡ୍ ପେ’ ୪, ୬୦୦/- ଟଙ୍କା ଦାବି ନେଇ ଗତ ୨୨ ତାରିଖରେ ଆରମ୍ଭ ହୋଇଥିବା ମହାପଟୁଆର ଶୋଭାଯାତ୍ରାରେ ହଜାର ହଜାର ଶିକ୍ଷକ ପ୍ରତିନିଧି ଯୋଗଦେଇ ଶିକ୍ଷାଅଧିକାର ଅଧିନିୟମ ଅନୁସାରେ ରାଜ୍ୟରେ ଷଷ୍ଠରୁ ଅଷ୍ଟମ ବିଷୟଭିତ୍ତିକ ପାଠ୍ୟଦାନ ପାଇ ଟିଜି ଶିକ୍ଷକ ନିଯୁକ୍ତ ହୋଇଥିବାବେଳେ ରାଜ୍ୟ ସରକାର ଏଯାବତ୍ ବିଜ୍ଞାପନ ମୁତାବକ ଉଚ୍ଚବିଦ୍ୟାଳୟରେ ଟି.ଜି. ପଦବୀ ସୃଷ୍ଟି ନକରିବା ବୁଦ୍ଧିଜୀବୀ ମହଲରେ ହଟ୍ଟଚମଟ ସୃଷ୍ଟି କରିଛି। ପୁଣି କେତେକ ଜିଲ୍ଲାରେ ଶିକ୍ଷକ ବିବରଣୀରେ ସଠିକ୍ ଢଙ୍ଗରେ ଟିଜି ପଦକୁ ଦିଆଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ପରି ଅନ୍ୟ ଜିଲ୍ଲାର କେତେକ ବ୍ଲକ ଅଧିକାରୀମାନେ ବିଜ୍ଞାପନ ଓ ମାନ୍ୟବର ଉଚ୍ଚନ୍ୟାୟାଳଙ୍କ ଡବ୍ଲ୍ୟୁପି (ସି) ୧୩୬୧/୨୦୧୦ ବ୍ୟାଚ୍ କେସ୍ଗୁଡ଼ିକର ସ୍ପଷ୍ଟ ନିର୍ଦ୍ଦେଶକୁ ବେଖାତିର କରି ଟି.ଜି. ପଦବୀକୁ ଅସ୍ୱୀକାର କରି କାହା ପ୍ରରୋଚନାରେ +୨ ସି.ଟି. ନିଯୁକ୍ତି ଦର୍ଶାଉଛନ୍ତି ତାହା ଶିକ୍ଷକ ମହଲରେ ଚାପାଗୁଞ୍ଜରଣ ସୃଷ୍ଟି କରିଛି ଏବଂ ରାଜ୍ୟସଂଘ ଉକ୍ତ ଅଧିକାରୀଙ୍କ ବିରୋଧରେ ଆଇନ୍ଗତ ପଦକ୍ଷେପ ନେବାକୁ ସ୍ଥିର କରିଛି। ଗତକାଲି ଧାରଣାସ୍ଥଳରେ ‘ଓସ୍ତା’ର ସାଧାରଣ ସମ୍ପାଦକ ତଥା ଏସ୍.ଟି.ଏଫ୍.ଓ. ର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷାବ୍ୟବସ୍ଥା ଉପରେ ଅବିଭାଷଣ ରଖିଥିବା ବେଳେ ସନ୍ଧ୍ୟାରେ ସରକାରଙ୍କଠାରୁ ଡକରାପାଇ ମିଳିତ ବି.ଏଡ୍ ଶିକ୍ଷକ ମହାସଂଘ, ଓଡ଼ିଶା ତରଫରୁ ଉମେଶ ଚନ୍ଦ୍ର ନାୟକ, ଦେବେନ୍ଦ୍ର କୁମାର ନାୟକ, ସୁଧିର ପ୍ରଧାନ, ଅଜୟ ଧଳ, ସଚିକାନ୍ତି ମିଶ୍ର, ରଞ୍ଜନ ମହାନ୍ତି, ସନ୍ତୋଷ ପ୍ରଧାନ, ଲକ୍ଷ୍ମଣ କୁମାର ମହାନ୍ତିିଙ୍କୁ ନେଇ ଏକ ପ୍ରତିନିଧି ମୁଖ୍ୟଶାସନ ସଚିବଙ୍କ ଓ.ଏସ୍.ଡି. (ଅଫିସ୍ର ଅନ୍ ସ୍ପେସିଆଲ୍ ଡ୍ୟୁଟି) ସଚିବାଳୟସ୍ଥିତ ପ୍ରକୋଷ୍ଠରେ ସାକ୍ଷାତ କରି ନ୍ୟାୟୋଚିତ ଦାବିଗୁଡ଼ିକର ଯଥାର୍ଥତା ଓ ଆବଶ୍ୟକୀୟ ନଥିପତ୍ର ପ୍ରଦାନ କରିଥିଲେ। ଦାବିଗୁଡ଼ିକର ନ୍ୟାୟିକ ଦିଗପାଇଁ ତାହାକୁ ଶିକ୍ଷା ବିଭାଗକୁ ପଠାଇବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

ସରକାର ଟି.ଜି. ନିୟୋଜିତ ଟି.ଜି.ଟି. ନିଯୁକ୍ତ ଶିକ୍ଷକଙ୍କ ଶିକ୍ଷକଙ୍କୁ ନେଇ ବିଷୟ ଭିତତିକ ୯, ୩୦୦ + ୪୬୦୦/- ଟଙ୍କା ବେତନ ପ୍ରଦାନ ସହ ବ୍ୟବସ୍ଥାକୁ ତୁରନ୍ତ ଉଚ୍ଚବିଦ୍ୟାଳୟସ୍ତରରେ କାର୍ଯ୍ୟକାରୀ ନ କଲେ ରାଜ୍ୟ ୫୨ ହଜାରରୁ ଊର୍ଦ୍ଧ୍ୱ ଟି.ଜି. ଶିକ୍ଷକ ଓ ଅନ୍ୟ ଶିକ୍ଷକ ସଙ୍ଗଠନକୁ ନେଇ କଳାବ୍ୟାଜ୍ ପିନ୍ଧିବା ସହ ମାତ୍ର ୧୫ ଦିନ ବ୍ୟବଧାନ ପରେ ପୁନର୍ବାର ରାଜରାସ୍ତାକୁ ଓହ୍ଲାଇବେ ବୋଲି ମୁଖ୍ୟ ରାଜ୍ୟ ସଂଯୋଜକ ପ୍ରଦ୍ୟୁମ୍ନ ବାରିକ, ନାରୀ ରାଜ୍ୟ ସଭାନେତ୍ରୀ ଅର୍ଚ୍ଚନା ଜେନା, ଉପସଭାପତି ସରୋଜ ପଣ୍ଡା, ନୃସିଂହ ଚରଣ ସାହୁ, ମେଡ଼ିଆ ସଂଯୋଜକ ମକର କେତନ ସାହୁ, ପବିତ୍ର ବେହୁରା, ଲଲାଟେନ୍ଦୁ ମହାଲ୍, ଦିଲ୍ଲୀପ ଖଣ୍ଡାୟତ ରାୟ, କୋଷାଧ୍ୟକ୍ଷ – ଅମୂଲ୍ୟ କୁମାର ଲେଙ୍କା, ସଂଯୋଜକ ପୂର୍ଣ୍ଣଚନ୍ଦ୍ର ଖଟୁଆ, ରମଣୀରଞ୍ଜନ ନାୟକ, ଗୁରୁପ୍ରସାଦ ଦାସ, ଅମରେନ୍ଦ୍ର ଜେନା, ନିରଞ୍ଜନ ସାମଲ, କ୍ଷୀରୋଦ୍ ଚନ୍ଦ୍ର ସ୍ୱାଇଁ, କାଳିନଦୀ ଜେନା, ସଦାଶିବ ବେହେରା, ସନ୍ତୋଷ ବେହେରା ପ୍ରମୁଖ ଆଦି କଡ଼ା ଚେତାବନୀ ଦେଇଛନ୍ତି। ସରକାର ତ୍ୱରିତ ପଦକ୍ଷେପ ନନେଲେ ସଂଗଠନ ଅନ୍ୟାନ୍ୟ ଗଣତାନ୍ତ୍ରିକ ଆନ୍ଦୋଳନପନ୍ଥା ଅବଲମ୍ବନ କରିବ ଏବଂ କୋମଳମତି ଛାତ୍ରଛାତ୍ରୀଙ୍କ ପାଠ୍ୟଦାନରେ ବ୍ୟାଘାତ ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ତରଫରୁ ସତର୍କ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top