ମିଳିତ ବିଏଡ ଶିକ୍ଷକ ମହାସଙ୍ଘର ବୈଠକ

କେନ୍ଦ୍ରାପଡା ୧୨/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ମିଳିତ ବିଏଡ ଶିକ୍ଷକ ମହାସଙ୍ଘର ଏକ ବୈଠକ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଏଲିମେଣ୍ଟାରୀ ଟିଜି ଶିକ୍ଷକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ସାହାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅବିଭକ୍ତ କଟକ ଜିଲ୍ଲାର ସମସ୍ତ ବର୍ଗର ବିଏଡ ଶିକ୍ଷକ,ଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ । ଆଟ୍ରିବୁଜ ଶିକ୍ଷକ ସଙ୍ଘର ସଭାପତି ମହେନ୍ଦ୍ର ମଲ୍ଲିକ,ଶିକ୍ଷା ସହାୟକ ବିଏଡ ସଙ୍ଘ ସଂଯୋଜକ ପ୍ରଭାସ ରଞ୍ଜନ ବେହୁରା,ଏଲିମେଣ୍ଟାରୀ ବିଏଡ ସଙ୍ଘ ସଙ୍ଗଠନ ସମ୍ପାଦକ ବଳଦେବ ପ୍ରସାଦ ଉପାଦ୍ଧାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୧.୭.୧୪ କ୍ୟାଡର ରୁଲ ଲାଗୁକରି ଚତୁର୍ଥ ବର୍ଗ ଓ ତୃତୀୟ ବର୍ଗକୁ ପଦୋନ୍ନତି ଦେବା,ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଷୟ ଭିତିକ ଶିକ୍ଷକ ନିଯୁକ୍ତି କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା,ଟି.ଜି.ଶିକ୍ଷକଙ୍କୁ ଟି.ଜି.ହାରରେ ଦରମା ପ୍ରଦାନ ପ୍ରମୁଖ ଦାବି ହାସଲ ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇ କାର୍ଯ୍ୟକାରି ନକରିବା ଦାବିରେ ଆସନ୍ତା ୨୨.୦୩.୨୨୦୦୧୧୮ରିଖ ଗୁରୁବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ବିଶାଳ ଆନେ୍ଦାଳନରେ ସାମିଲ ହେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ରାଜ୍ୟ ସଙ୍ଘରୁ ବଳରାମ ପତି,ଶଚିକାନ୍ତ ମିଶ୍ର,କମଳାକାନ୍ତ ଦାସ,ଉମେଶ ଚନ୍ଦ୍ର ନାୟକ,ରତିକାନ୍ତ ସାହୁ,ପ୍ରଦୁ୍ୟମ୍ନ ବାରିକ ପ୍ରମୁଖ ବକ୍ତବ୍ୟ ଦେଇ ଆସନ୍ତା ୨୨ତାରିଖରେ ଅନୁଷ୍ଠିତ ବିଶାଳ ସମାବେଶରେ ସମସ୍ତ ଶିକ୍ଷକ ଭାଇମାନେ ଯୋଗଦେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ସାହୁ,ବଳଦେବ ପ୍ରସାଦ ଜେନା,ହରିହର ପତି,ଗୋଲଖ ବିହାରି ମଲ୍ଲିକ,ସୁଦର୍ଶନ ମାଝି,ତପସ୍ୱିନୀ ବିଶ୍ୱାଳ,ଗତିକୃଷ୍ଣ ଦାସ,ବୀରକିଶୋର ବେହେରା,ଅଶୋକ କୁମାର ପରିଡା,ବୈଷ୍ନବ ଚରଣ ବଳ,ସୁଜିତ ସୂଆର,ସମରେନ୍ଦ୍ର ସାହୁ,କଟକ ଜିଲ୍ଲାରୁ ମନୋଜ ଦାସ,ଜଗତସିଂହପୁର ଜିଲ୍ଲାରୁ ନିରଞ୍ଜନ ସାମଲ,ଯାଜପୁର ଜିଲ୍ଲାରୁ ମକରଧ୍ୱଜ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନକରି ସମସ୍ତ ଜିଲ୍ଲାର ବିଏଡ ଶିକ୍ଷକ,ଶିକ୍ଷା ସହାୟକ,ଜିଲ୍ଲାପରିଷଦ ଶିକ୍ଷକ,ଗଣଶିକ୍ଷକ ଓ ଏଲିମେଣ୍ଟାରୀ ଶିକ୍ଷକମାନେ ଆସନ୍ତା ୨୨ତାରିଖ ସମାବେଶରେ ଯୋଗଦାନ କରି ଆନେ୍ଦାଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ରଞ୍ଜନ କୁମାର ମହାରଣା ଧନ୍ୟବାଦ ଅର୍ପର୍ଣ କରିଥିଲେ ।

Leave a Reply

Your email address will not be published. Required fields are marked *