ମିଲିତ ବିଇଡି ଶିକ୍ଷକ ସଂଘର ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା -୨୫/୧୧-( ଓଡିଆ ପୁଅ/ ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲାର ବିଭିନ୍ନ ବ୍ଲକର କାର୍ଯ୍ୟରତ ମିଲିତ ବିଇଡି ଶିକ୍ଷକ ସଂଘର ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ନେଇ ମୁଖ୍ୟମନ୍ତ୍ରୀ ଓ ଶାସନ ସଚୀବ, ବିଦ୍ୟାଲୟ ଓ ଗଣଶିକ୍ଷା ବିଭାଗ ଓଡିଶାଙ୍କ ଉଦ୍ଧେଶ୍ୟରେ କୋମନା ଅତିରିକ୍ତ ଗୋଷ୍ଠୀ ଶିକ୍ଷଧୀକାରୀ ପ୍ରଫୁଲ୍ଲ କୁମାର ନାଏକଙ୍କ ଜରିଆରେ ୬ ଦଫା ଦାବୀ ସମ୍ବଲିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟରତ ଶିକ୍ଷକଙ୍କ ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ  ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ପାଇଁ ଯୋଗ୍ୟଶିକ୍ଷକ ମନ୍ଡଳୀ ଘୋଷଣା ହେବା ।ନିର୍ଦେଶକ, ପ୍ରାଥମିକ ଶିକ୍ଷା ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ର ସୁପାରିଶକୁ କାର୍ଯ୍ୟକାରୀ କରାଯିବା ଭଳି ଆହୁରି ଅନେକ ସମସ୍ୟା ଦାବୀପତ୍ରରେ ଉଲ୍ଲେଖିିତ ହୋଇଛି ।  ଏହି ଦାବୀପତ୍ର୍ର ପ୍ରଦାନ ସମୟରେ  ବ୍ଲକ୍ ସଂଘ ସଭାପତି ଜୟଦେବ ପଣ୍ଡା ,ସମ୍ପାଦକ ଗୌରଚନ୍ଦ୍ର୍ର ରଣା ସମେତ ଶିକ୍ଷକ ବିନୋଦ କୁମାର ଭୋଇ,ନବୀନ ଭୋଇ, ଚନ୍ଚଳ ସଗରିଆ, ଶରତ ସାହୁ ,ଦିବ୍ୟମଣି ଅଗସ୍ତି ,ଭୂବନେଶ୍ୱର ମିଶ୍ର ,ବୃଷଭ ରଣା ସହ ବହୁ ବିଇଡ଼ି ଶିକ୍ଷକ ଓ ଶିକ୍ଷୟତ୍ରୀ ଗାୟତ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *