କୋରାପୁଟ

ମିନାକ୍ଷୀଙ୍କୁ ୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ରୁପକଙ୍କୁ ୨ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଗଲା

କୋରାପୁଟ ; ତା୨୮-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ପତ୍ନୀ ମିନାକ୍ଷୀ ବାହିନିପତିଙ୍କୁ ନୂତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞନ ପଟନାୟକ ସଭାପତି ଭାବେ ପୁନଃ ମନୋନୀତ କରିଥିବା ବେଳେ ରୁପକ ତୁରକଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଘୋଷଣା କରିଥିଲେ।ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଏବଂ ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକା ମଧ୍ୟରେ ବିବାଦ ଘନୀଭୂତ ହେଉଥିବା ବେଳେ ଜିଲ୍ଲାରେ କଂଗ୍ରେସ ସ୍ଥତିକୁ ମଜବୁଦ କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା ପାଇଁ ପ୍ରଭାରୀ ରହିଥିବା ପିସିସି କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ପିସିସି ସଭାପତି ଶ୍ରୀ ପଟନାୟକଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଜଣାପଡିଛି।ଜିଲ୍ଲା ସଭାପତି ମିନାକ୍ଷୀ ବାହିନିପତିଙ୍କୁ ଜୟପୁର, କୋଟପାଡ ଓ ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଦାୟିତ୍ୱ ଦିଆଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ରୁପକ ତୁରୁକଙ୍କୁ କୋରାପୁଟ ଓ ଲକ୍ଷ୍ମିପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି।

ତାରା ଓ ମିନାକ୍ଷୀଙ୍କ ସହିତ କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝି ଏବଂ ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ରହିଥିବା ବେଳେ ରୁପକଙ୍କ ସହିତ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକା ଓ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ରହିଥିବା ବେଳେ ନିର୍ବାଚନ ପାଖେଇ ଆସୁଥିବାରୁ ୨ ଗୋଷ୍ଠୀ କିପରି କଂଗ୍ରେସ ଦଳକୁ କୋରାପୁଟ ଜିଲ୍ଲାରେ ମଜବୁଦ କରିବେ ତାହା କଂଗ୍ରେସ କର୍ମିମାନଙ୍କ ମଧ୍ୟରେ ସନ୍ଦେହ ରହିଯାଉଥିବା ରାଜନୈତିକ ବିଶେଷଜ୍ଞ ମଧ୍ୟରେ ଆଲୋଚ୍ୟର ବିଷୟ ହୋଇପଡିଛି।ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟରେ ଦାୟିତ୍ୱ ଭାଗ କରାଗଲା। ଏହାପରେ ୨ ଗୋଷ୍ଠୀ ପରସ୍ପର ମଧ୍ୟରେ ରହିଥିବା ବିବାଦ କୁ ସମାପ୍ତ କରିବେ ନା ଆଗକୁ ବିବାଦ ଲାଗି ରହିବ ତାହା ଏବେଠାରୁ ଆକଳନ କରିବା ମୁସ୍କକିଲ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top