ମିଡିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝର ମିଡିଆକୁ ହରାଇ ଟାଟା ଷ୍ଟିଲ ଏକାଦଶ ଚମ୍ପିଆନ

ଯୋଡା, ତା ୨୮.୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବୁଧୁବାର ଯୋଡାସ୍ଥିତ କେନ୍ଦ୍ରୀୟ ଖେଳ ପଡିଆ ଠାରେ ଟାଟା କମ୍ପାନୀ ଦ୍ୱାରା ଆୟୋଜିତ ମିଡିଆ କପ୍-୨୦୧୮ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ସମସ୍ତ ମିଡିଆ ଖେଳାଳିମାନଙ୍କୁ ନେଇ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝର ମିଡିଆ, ଚମ୍ପୁଆ ମିଡିଆ, ଯୋଡା ମିଡିଆ, ବଡବିଲ ମିଡିଆ ଓ ଟାଟା ଷ୍ଟିଲ ଅଫିସରମାନଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଖେଲାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଟାଟା ଷ୍ଟିଲର ମୁଖ୍ୟ ପ୍ରବନ୍ଧକ (OMQ) ପଙ୍କଜ ସତିଜା ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟର ଚମ୍ପୁଆ ମିଡିଆ ଏବଂ ଟାଟା ଷ୍ଟିଲ ଏକାଦଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଟାଟା ଷ୍ଟିଲ ଏକାଦଶ ଜିତି ଫାଇନାଲକୁ ଉନ୍ନତି ହୋଇଥିଲା । ଅନ୍ୟ ଏକ ମ୍ୟାଚରେ କେନ୍ଦୁଝର ମିଡିଆ ଚମ୍ପୁଆ ମିଡିଆ କୁ ହରାଇ ସେମିଫାଇନକୁ ଉନ୍ନତି ହୋଇଥିଲା । ସେମିଫାଇନାଲ ମ୍ୟାଚରେ ଗତ ବର୍ଷର ଚମ୍ପିଆନ ଯୋଡା ମଡିଆକୁ ହରାଇ କେନ୍ଦୁଝର ମିଡିଆ ଫାଇନାଲରେ ପହଂଚିଥିଲା । ଫାଇନାଲ ମ୍ୟାଚରେ କେନ୍ଦୁଝର ମିଡିଆ ଓ ଟାଟା ଷ୍ଟିଲ ଏକାଦଶ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅନୁଷ୍ଠିତ ହୋଇଥିଲା । ଏହି ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚରେ ଟାଟା ଷ୍ଟିଲ ଏକାଦଶ ୯ ୱିକେଟରେ ଜିତି ପ୍ରଥମ ଥର ମିଡିଆ କପକୁ ଅକ୍ତିଆର କରିଥିଲା । ଫାଇନାଲ ମ୍ୟାଚରେ ଟାଟାଷ୍ଟିଲ ପକ୍ଷରୁ ଚନ୍ଦନ ଦାସ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିବା ବେଳେ କେନ୍ଦୁଝର ମିଡିଆର ମଳୟ ପାଣି ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ପ୍ରତିଭା ପ୍ରତିପାଦନ କରି ମ୍ୟାନ ଅଫ୍ ଦି ସିରିଜ ହୋଇଥିଲେ । ଶେଷରେ ଟାଟା ଷ୍ଟିଲ ମୁଖ୍ୟ ପ୍ରବନ୍ଧକ ପଙ୍କଜ ସତିଜା ମିଡିଆ କପ୍ ଚମ୍ପିଆ ଦଳକୁ ଦେଇଥିବା ବେଳେ କେନ୍ଦୁଝର ମିଡିଆକୁ ଉପବିଜେତା ଟ୍ରଫି ପ୍ରଦାନ କରିଥିଲେ ।

 

Leave a Reply

Your email address will not be published. Required fields are marked *