ମିଛ କେସ ଆଧାରରେ ରାଜନୈତିକ ପ୍ରତିଶାଧ ନେବାକୁ ଚେଷ୍ଟା କରୁଛି ଶାସକ ଦଳ : ବିଜେପି

– ବିଜେପି ମୟୁରଭଞ୍ଜ ଜିଲ୍ଲା ସଭାପତି ଗିରଫ ମାମଲା: ବିଜେପିର ବଢୁଥିବା ଜନପ୍ରିୟତାକୁ ମୁକାବିଲା କରିବାରେ ବିଜେଡି ସରକାର ବିଫଳ
–    ରାଜ୍ୟ ସରକାର ଜଣେ ଦଳିତ ଅଫିସରଙ୍କୁ ରାଜନୈତିକ ଅସ୍ତ୍ର କରି ରାଜନୈତିକ ବିରୋଧୀମାନଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିଛନ୍ତି
–    ସରକାରୀ ଅଫିସରମାନଙ୍କୁ ଢାଳ କରି ରାଜନୈତିକ ପ୍ରତିଶୋଧ ପରାୟଣ କାର୍ଯ୍ୟ, ନବୀନ ସରକାର ପାଇଁ ବୁମେରାଂ ହେବ
–    ଶାସକ ଦଳ ଆଇନର ଅପ ବ୍ୟବହାର କରି  ରାଜନୈତିକ ପ୍ରତିପକ୍ଷଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନକୁ  ମୟୁରଭଂଜ ଓ ଓଡିଶାର ଜନ ସାଧାରଣ ଉଚିତ ଜବାବ ଦେବେ

ଭୁବନେଶ୍ୱର, ୧୬/୦୫ (ଓଡ଼ିଆ ପୁଅ) : ଦଳର ମୟୁରଭଞ୍ଜ ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟ ଚାରି ଜଣ ନେତାଙ୍କୁ ଜେଲ ଯିବା ମାମଲା ସତ୍ୟ ତଥ୍ୟ ଉପରେ ଆଧାରିତ ନୁହେଁ ବରଂ ବିଜେପିର ବଢୁଥିବା ଜନପ୍ରିୟତାକୁ ମୁକାବିଲା କରିବାରେ ସରକାରୀ ଅଫିସରଙ୍କ ମାଧ୍ୟମରେ ମିଛ କେସ ଆଧାରରେ ବିଫଳ ହୋଇଥିବା ଶାସକ ବିଜେଡି ସରକାର ରାଜନୈତିକ ପ୍ରତିଶାଧ ନେବାକୁ ଚେଷ୍ଟା କରୁଛି ବୋଲି ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି।
ଶ୍ରୀ ଶର୍ମା କହିଛନ୍ତି ଯେ, ରାଜ୍ୟ ସରକାର ଜଣେ ଦଳିତ ଅଫିସରଙ୍କୁ ରାଜନୈତିକ ଅସ୍ତ୍ର କରି ରାଜନୈତିକ ବିରୋଧୀ ମାନଙ୍କୁ ଯେଉଁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିଛନ୍ତି ତାହା ଆଇନ ଅଦାଲତରେ ବୁମେରାଂ ହେବ।
ଶ୍ରୀ ଶର୍ମା କହିଛନ୍ତି ଯେ, ତାଙ୍କ ଦଳ ଦେଶର ଆଇନ ବ୍ୟବସ୍ଥା ଓ ନ୍ୟାୟିକ ପ୍ରକ୍ରିୟା ଉପରେ ଦୃଢ ଆସ୍ଥା ରଖେ। ରାଜ୍ୟର ଶାସକ ଦଳ ଆଇନର ଅପ ବ୍ୟବହାର କରି  ରାଜନୈତିକ ପ୍ରତିପକ୍ଷଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନକୁ  ମୟୁରଭଂଜ ଓ ଓଡିଶାର ଜନ ସାଧାରଣ ଉଚିତ ଜବାବ ଦେବେ ବୋଲି ଶ୍ରୀ ଶର୍ମା ଚେତାବନୀ ଦେଇଛନ୍ତି। (ଫାଇଲ୍ ଫଟୋ)

Leave a Reply

Your email address will not be published. Required fields are marked *