ମା ହିଙ୍ଗୁଳା ପାଠାଗାର ପକ୍ଷରୁ ବନ ମହୋତ୍ସବ ପାଳିତ

ତାଳଚେର,୨୬/୭ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମସ୍ଥିତ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ୬୮ତମ ବନ ମହୋତ୍ସବ ବୁଧବାର ଦିନ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୋଲଡା ଗ୍ରାମ ନିକଟସ୍ଥ ବାବା ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପରିସରରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପଣ୍ଡିତ ଟଙ୍କଧର ଶତପଥୀ ଚାରାଗୁଡିକୁ ପୂଜାର୍ଚ୍ଚନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଶିକ୍ଷାବିତ୍ ଦୁଃଖବନ୍ଧୁ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମନ୍ଦିର ପରିସରରେ ଅଁଳା,ସ୍ୱର୍ଣ୍ଣଚମ୍ଫା, ବଉଳ, କଦମ୍ବ,ନାଗଚମ୍ଫା,ବର ପ୍ରଭୃତି ଔଷଧୀୟ ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତିର ଉପଦେଷ୍ଟା ଶିକ୍ଷାବିତ୍ ଦିବାକର ବାରିକ,ପ୍ରଭାକର ପ୍ରଧାନ,ସଭାପତି ହାଡିବନ୍ଧୁ ପ୍ରଧାନ,ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ଦୟାନିଧି ସାହୁ,ଦିବ୍ୟଲୋଚନ ପ୍ରଧାନ,ଅଜିତ ସାଗର ପ୍ରଧାନ,କବିରାଜ ସାହୁ,ପଞ୍ଚାନନ ବେହେରା,ସରସ୍ୱତୀ ପ୍ରଧାନ ପ୍ରମୁଖ ସଦସ୍ୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *