ମା ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ତହସିଲଦାରଙ୍କ ଅର୍ଥ ଦାନ

ତାଳଚେର, ୮/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ପାଲଲହଡା ତହସିଲଦାର ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର କୋଟିଏ ହଜାର ଟଙ୍କା ମନ୍ଦିର ପାଣ୍ଠିକୁ ଦାନ କରିଛନ୍ତି। ତହସିଲଦାର ଶ୍ରୀ ପାତ୍ରଙ୍କ ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ପାହ୍ୟାକୁ ପଦୋନ୍ନତି ହୋଇଥିବାରୁ ମା’ଙ୍କ ଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ସେ ହିଙ୍ଗୁଳା ପୀଠକୁ ଆସିଥିଲେ। ଏହି ଅବସରରେ ସେ ପାଲଲହଡା ତହସିଲ ଅଫିସର ସମସ୍ତ କର୍ମଚାରୀଙ୍କ ପକ୍ଷରୁ କୋଡିଏ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ଏହି ଚେକ୍ ପ୍ରଦାନ ବେଳେ ଟ୍ରଷ୍ଟବୋର୍ଡ ସଦସ୍ୟ ମୂରଲୀଧର ସାହୁ, ପୂଜକ କିଶୋର ଚନ୍ଦ୍ର ଦେହୁରୀଙ୍କ ସହ ମନ୍ଦିର ପରିଚାଳନା କମିଟିର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମା ହିଙ୍ଗୁଳାଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ଅକୁଣ୍ଠ ଚିତରେ ଦାନ କରିବାକୁ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *