ଖେଳ

ମା ସାହାଡ଼ା ସୁନ୍ଦରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ : ବିଜିପୁର ଚମ୍ପିଆନ

ତିର୍ତ୍ତୋଲ ୦୧/୦୨(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ଶଙ୍ଖେଶ୍ୱର ହାଟପଡ଼ିଆରେ ମା ସାହାଡ଼ା ସୁନ୍ଦରୀ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ୮ଦିନ ଧରି ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୍ ଆଜି ଉଯାପନି ହୋଇଯାଇଛି। ଏହି ଟୁର୍ଣ୍ଣମେଣ୍ଟ୍ ରେ ୮ ଗୋଟି କ୍ରିକେଟ୍ ଟିମ୍ ଭାଗନେଇଥିବାବେଳେ ଫାଇନାଲ ଖେଳଟି ବିଜିପୁର କ୍ରିକେଟ ଟିମ୍ ଓ କନିମୂଳ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କନିମୂଳ କ୍ରିକେଟ୍ ଟିମ୍ ଟସ ଜିତି ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୭ ରନ୍ ସହଂଗ୍ର କରିଥିବାବେଳେ ବିଜିପୁର କ୍ରିକେଟ୍ ଟିମ୍ ୧୭ ଓଭର ଖେଳି ୫ ୱିକେଟ୍ ହରାଇ ୧୭୮ ରନ୍ କରି ଚମ୍ପିଆନ ହୋଇଥିଲା। ବିଜେତା ଦଳର ରକି ମହାନ୍ତିି ୫୦ ରନ ସଂଗ୍ରହ କରି ମ୍ୟାନ ଅଫଦି ମ୍ୟାଚ ହୋଇଥିବାବେଳେ ରନର୍ସଅପ ଦଳର ବିରେନ୍ଦ୍ର ସାହୁ ମ୍ୟାନଅଫଦି ଟୁର୍ଣ୍ଣାମେଣ୍ଟ୍ ବିବେଚିତ ହୋଇଥିଲେ। ଏହି ଉଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିମା ମଲ୍ଲିକ, ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ସଭାପତି ତଥା କନିମୂଳ ପଞ୍ଚାୟତ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, ପିସିସି ସଭ୍ୟ ଅଶ୍ୱିନି ସ୍ୱାଇଁ, ଅରୁଣ ସାମଲ, ଅଜୟ କୁମାର ଦାସ, ଅରୁଣ ମଲ୍ଲିକ, ଶୁସାନ୍ତ ମଲ୍ଲିକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଚମ୍ପିଆନ ଓ ରନର୍ସଅଫ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥ୍ ôଲେ। ଦେବାଶିଷ ଦାଶ, ପ୍ରଶନଜିତ୍ ମଲ୍ଲିକ, ପ୍ରଦୀପ୍ତ କୁମାର ପଣ୍ଡା, ବିପିନ ବିହାରି ବେହେରା, ପ୍ରବୀଣ ପଣ୍ଡା(ମାନାନନା) ଏହି ଖେଳକୁ ପରିଚାଳନା କରିଥିବାବେଳେ ପ୍ରଶନ୍ନ ମଲ୍ଲିକ, ଅଭୟ ମଲ୍ଲିକ, ତ୍ରିଲୋଚନ ମଲ୍ଲିକ, ରାଜେଶ ମଲ୍ଲିକଙ୍କ ସମେତ ମା ସାହାଡ଼ା ସୁନ୍ଦରୀ କ୍ରିକେଟ୍ କ୍ଲବର ଅନ୍ୟସଭ୍ୟମାନେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top