ଜଗତସିଂହପୁର

ମା ସନ୍ତୋଷୀଙ୍କ ଜନ୍ମଉତ୍ସବ ପାଳିତ

ତିର୍ତ୍ତୋଲ୨୭/୮(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ଅଞ୍ଚଳରେ ଶ୍ରାବଣ ପୂର୍ଣ୍ଣିମାରେ ରକ୍ଷାବନ୍ଧନ ଉତ୍ସବ ସହିତ ମା ସନ୍ତୋଷୀଙ୍କ ଜନ୍ମ ଉତ୍ସବ ମହାଆଡ଼ମ୍ବର ସହିତ ପାଳିତ ହୋଇଯାଇଛି। ତିର୍ତ୍ତୋଲ ଗୋପିଆକୁଦଠାରେ ଥିବା ମା ସନ୍ତୋଷୀ ମନ୍ଦିର, ଥାନାଗଡ଼ାଠାରେ ଥିବା ମା ସନ୍ତୋଷୀ ମନ୍ଦିରରେ ଜନ୍ମଉତ୍ସବ ପାଳିତ ହୋଇଥିବାବେଳେ ଧୋୟା ଅଞ୍ଚଳରେ ଗୋପାଳପୁର(ଶ) ପଞ୍ଚାୟତର ଜନାର୍ଦ୍ଦନପୁର ଗ୍ରାମରେ ଥିବା ମା ସନ୍ତୋଷୀ ମନ୍ଦିରରେ ମଧ୍ୟ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃରେ ଘଟସ୍ଥାପନ, ମାଙ୍କର ମାର୍ଜନା, ଚୁଆ ହଳଦୀ ସିନ୍ଦୁର, ମଥାଘଷା, ଅଗୁରୁ ଓ କର୍ପୂର ମିଶ୍ରିତ ସୁଧ ଜଳରେ ମାଙ୍କର ସ୍ନାନପରେ ପଣ୍ଡିତ ଦିଲିପ କର ଷୋଢ଼ଷ ପୂଜନ ଏବଂ ସପ୍ତସତୀ ଚଣ୍ଡୀ ୧୩ ଅଧ୍ୟାୟ ପାଠ କରିଥିଲେ। ପରେ ମା ସନ୍ତୋଷୀଙ୍କର ହବନ, ପୁଷ୍ପାଞ୍ଜଳୀ, ଆରତୀ ପ୍ରଦାନ ଓ ପ୍ରସାଦ ସେବନ କରାଯାଇଥିଲା। ସନ୍ଧ୍ୟାରେ ଜୟ ବଜରଙ୍ଗୀ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ମାଙ୍କ ପୀଠରେ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ବିଭିନ୍ନ ଭଜନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା) ପରିଚାଳନା କରିଥିବାବେଳେ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପଣ୍ଡିତ ଚକ୍ରଧର ଦାସ, ବିରଞ୍ଚି ନାରାୟଣ କର, ବିଷ୍ଣୁ ପ୍ରସାଦ ଦାସ, ପ୍ରଦୀପ୍ତ କର, ପଣ୍ଡିତ ସିଲନ କରଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top