ମା ଶାରଳା କ୍ରିକେଟ୍ ଟୁଣ୍ଣାମେଣ୍ଟ୍: ଜଗତସିଂହପୁର ଓ ଭୁବନେଶ୍ୱର ଫାଇନାଲ୍ ରେ

ତିର୍ତ୍ତୋଲ, ୦୭/୧୨(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ସ୍ଥିତ ମହାନଦୀପଠା ପାଳନ୍ଦା ଖେଳପଡ଼ିଆରେ ମା ଶାରଳା କ୍ରିକେଟ୍ ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଶେଷ ସେମି ଫାଇନାଲ ମ୍ୟାଚ। ଏଥିରେ ୪ ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ ପ୍ରଥମ ସେମିଫାଇନାଲ ଖେଳଟି ଜଗତସିଂହପୁର ଓ ଆଳିପିଙ୍ଗଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜଗତସିଂହପୁର ଟସ ଜିତି ୧୫ ଓଭରରେ ୭ ୱିକେଟ ହରାଇ ୧୩୪ ରନ୍ ସଂଗ୍ରହ କରିଥିବାବେଳେ ଆଳିପିଙ୍ଗଳ ୧୪ ଓଭର ୩ଟି ବଲ ଖେଳି ସମସ୍ତ ୱିକେଟ ହରାଇ ୧୦୨ ରନ କରି ପରାଜୟ ହୋଇଥିଲା। ବିଜେତା ଦଳର ନନ୍ଦିପ୍ରସାଦ ୨୨ ବଲରେ ୪୬ ରନ ସଂଗ୍ରହ କରି ମ୍ୟାନ ଅଫଦି ମ୍ୟାଚ ହୋଇଥିଲେ। ଦ୍ୱିତୀୟ ସେମି ଫାଇନାଲ ମ୍ୟାଚଟି ଭୁବନେଶ୍ୱର ଓ ଖୋର୍ଦ୍ଧା କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭୁବନେଶ୍ୱର ଟସ ଜିତି ୧୫ ଓଭର ଖେଳି ୯ ୱିକେଟ ହରାଇ ୯୮ ରନ୍ ସଂଗ୍ରହ କରିଥିଲା। ଖୋର୍ଦ୍ଧା କ୍ରିକେଟ ଟିମ୍ ୧୩ ଓଭରରେ ସମସ୍ତ ୱିକେଟ ହରାଇ ୯୦ ରନ କରି ପରାଜୟ ହୋଇଥିଲେ। ବିଜେତା ଦଳର ଗଣେଶ ପ୍ରସାଦ ୫ ୱିକେଟ ୧୭ ରନ କରି ମ୍ୟାନ ଅଫଦି ମ୍ୟାଚ ହୋଇଥିଲେ। ଏହି ସେମି ଫାଇନାଲ ମ୍ୟାଚରେ ସଞ୍ଜୟ ମହାପାତ୍ର ଅତିଥିଭାବେ ଯୋଗଦେଇ ମ୍ୟାନ ଅଫଦି ମ୍ୟାଚ ଟ୍ରଫି ଖେଳାଳିଙ୍କୁ ଦେଇ ଉତ୍ସାହିତ ରିଥିଲେ।ହାପି ମହାପାତ୍ର, କାର୍ତ୍ତିକ ଲେଙ୍କା, ବିକ୍ରମ ରାୟ ଏହି ଖେଳକୁ ପରିଚାଳନା କରିଥିବାବେଳେ ଦିପୁ ସାହୁ, ଦିପୁନା ସାର, କୁମାର ମହାପାତ୍ର, ଦେବଜିତ ମହାପାତ୍ର, ପ୍ରଭୁ ପ୍ରକାଶ, ସଞ୍ଜୟ ମଲ୍ଲିକ, ବାପି ମହାନ୍ତି, ଦେବି ପ୍ରସାଦ, ପପୁ ଖାଁ, ରାହୁଲ ପଟ୍ଟନାୟକ, ବିକ୍ରମ ରାୟ, ବିପ୍ଲବ ରାୟ, ସନ୍ତୋଷ ସାହୁ, ଝାଟୁ ଦାସ, ଅଜୟ ରାଉତ, ସଂକର ଡୁଡୁ, ବିଜୟ ଟୁଡୁ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା କାଲି ୬ ତାରିଖରେ ଫାଇନାଲ ମ୍ୟାଚ ଭୁବନେଶ୍ୱର ଓ ଜଗତସିଂହପୁର ମଧ୍ୟରେ ଚିତିକର୍ଷକ ହେବବୋଲି ମା ଶାରଳା କ୍ରିକେଟ୍ ଆସୋସିଏସନର ସଭାପତି ମନୋରଞ୍ଜନ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *