ମା’ ଶାରଳାଙ୍କ ପୀଠରେ ବାଦୀପାଲା

ତିର୍ତ୍ତୋଲ୨୭/୭ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁରର ଝଙ୍କଡ଼ର ଅଧିଷ୍ଟାତ୍ରୀ ଦେବୀ ମା ସାରଳାଙ୍କ ପୀଠର ସମ୍ମୁଖ ଭାଗରେ ଥିବା ଦୋଳ ମଣ୍ଡପରେ ମା ଶାରଳା ଶ୍ରୀ ଜଗନ୍ନାଥ ପାଲା ପରିଷଦ ତରଫରୁ ଚାରିଦିନ ବ୍ୟାପି ବାଦୀପାଲା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ତଥା କେନ୍ଦ୍ର ସଂଗୀତ ନାଟକ ଏକାଡ଼େମୀ ପୁରଷ୍କାର ପ୍ରାପ୍ତ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ ଓ ଗାୟକ ସୁଧାକର ଯୁଧିଷ୍ଟର ପରିଜା ପାଲା ପରିବେଷଣ କରିଥିଲେ। ଏହି ପାଲା ଅବସରରେ ଶତାଧିକ ଦର୍ଶକ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଗାୟକ ଦୋୟଙ୍କୁ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ଏସ.ଡ଼ିପିଓ ଶିବ ଚରଣ ମଲ୍ଲିକ ଯୋଗଦେଇ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ନାରାୟଣ ପ୍ରସାଦ ରାଉଳ, ନୃସିଂହ ଚରଣ ରାଉଳ, ଅଜୟ ରାଉଳ, ଅମର ଜ୍ୟୋତି ସାହୁ, ବ୍ରଜ କିଶୋର ମଲ୍ଲିକ୍, ଅଲେଖ ଚରଣ ନାୟକ, ସୁଦାମ ଚରଣ ଗୋଛାୟତ, ଶରତ ଦାସ, ନିରଞ୍ଜନ ନାୟକ, ରବିନ୍ଦ୍ର ରାଉଳ ଓ ପରିଷଦର ବରିଷ୍ଟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *