ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ, ସୁବର୍ଣ୍ଣପୁର ଚାମ୍ପିଆନ

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଳକ ଅନ୍ତର୍ଗତ ଯୁରାମୁଣ୍ଡା ଠାରେ ୮ ଦିନ ଧରି ଚାଲିଥିବା ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ ହୋଇଯାଇଛି। ୧୨ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ଖେଳ ବେଙ୍ଗଲ ଟାଇଗର ବୌଦ୍ଧ ଓ ଚେଲେଂଜିଙ୍ଗ୍ ହିଟର ସୁବର୍ଣ୍ଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୪୩ ରନ କରିଥିବାବେଳେ ଜବାବରେ ବୌଦ୍ଧ ଦଳ ୧୦୭ ରନ ରେ ସମସ୍ତ ଉବକେଟ୍ ହରାଇ ୩୬ ରନରେ ପରାଜିତ ହୋଇଥିଲା। ଫାଇନାଲ ଖେଳର ମେନ ଅଫ ଦି ମେଚ୍ ଭାବରେ ବୌଦ୍ଧର ଆର୍ତ, ମେନ ଅଫ୍ ଦି ଟୁର୍ଣ୍ଣାମେଂଟ୍ ସୁବର୍ଣ୍ଣପୁର ଦଳର ରୋହିତ ଓ ଶୃଙ୍ଖଳିତ ଟିମ ଭାବରେ ମଶିଣାପଡା ଦଳକୁ ପୁରସ୍କୃତ କରାଯାଇଥିଲା। ଅମ୍ପାୟାର ଭାବରେ ସୁନୀଲ କୁମାର ପ୍ରଧାନ ଓ ଜଗବନ୍ଧୁ ମହାକୁଡ ଖେଳ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *