ଜିଲ୍ଲା ପରିକ୍ରମା

ମା ମାହେଶ୍ୱରୀ କନିଷ୍ଠ କଲେଜର ୭ ଦିନିଆଁ ଏନଏସଏସ ଶିବିର ଉଦଯାପିତ

ବୌଦ୍ଧ, ୨୧.୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ବାଉଁଶୁଣୀ ମା ମାହେଶ୍ୱରୀ କନିଷ୍ଠ କଲେଜର ୭ ଦିନିଆଁ ଏନଏସଏସ ଶିବିର ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମାନଭଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବର୍ଷାକଳୀନ ଶିବିରର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ କଂଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ମେହେର ଓ ସମ୍ମାନିତ ଅତିଥି ଭାବରେ ଦେବାର୍ଚ୍ଚନ ବେହେରା ଓ ମକର ମହାରଣା ଯୋଗଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିଯୁକ୍ତ ଏନଏସଏସ ପର୍ଯ୍ୟବେକ୍ଷକ ଡ. ମନୋରଂଜନ ଘଡେଇ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ସେବା ମନୋବୃତି ନେଇ ଜୀବନରେ ଜଣେ ଜଣେ ସଫଳ ମଣିଷ ହେବାକୁ ଉପଦେଶ ଦେଇଥିଲେ। ଶିବିରାର୍ଥୀମାନେ ସେମାନଙ୍କ ଅନୁଭୁତିକୁ ବର୍ଣ୍ଣନା କରି କହିଥିଲେଯେ, ସେମାନେ ବୃକ୍ଷ ରୋପଣ, ସର୍ବସାଧାଣ ସ୍ଥାନ ସଫେଇ, ସ୍ୱଛତା ସମ୍ବନ୍ଧୀୟ ସଚେତନତା, ଶିଶୁ ଓ ମହିଳାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଓ ସଂଚୟ ଆଦି କାର୍ଯ୍ୟକ୍ରମ ଉପରେ ତାଲିମ ଗ୍ରହଣ କରିବା ସହ ଶିକ୍ଷା ପ୍ରାପ୍ତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଉମାକାନ୍ତ ବିଶ୍ୱାଳ, ପ୍ରଦୀପ କୁମାର ଭୁକ୍ତା ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top